Categories: ଫୁରସତ

ଲେହେଙ୍ଗା କିଣିବା ଆଗରୁ…

ଲେହେଙ୍ଗା କିଣିବା ଆଗରୁ…
ବିବାହ କିମ୍ବା ଅନ୍ୟ ପାର୍ଟିରେ ଆପଣ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି କି! ଯଦି ନିଜ ପାଇଁ ଲେହେଙ୍ଗା କିଣିବାକୁ ଯାଉଥାନ୍ତି ତେବେ ଜାଣି ରଖନ୍ତୁ କିଛି ଟିପ୍ସ…

ବିବାହ ଦିନ ପାର୍ଟିରେ ପିନ୍ଧିବାକୁ ଅଧିକ କାମଥିବା ଲେହେଙ୍ଗା ପିନ୍ଧାହୁଏ, କିନ୍ତୁ ବିବାହ ପୂର୍ବରୁ ହଳଦୀ, ମେହେନ୍ଦୀ ଆଦିରେ ପିନ୍ଧିବା ପାଇଁ ହାଲ୍‌କା ରଙ୍ଗର ଲେହେଙ୍ଗା କିଣନ୍ତୁ। ଏସବୁ ରଙ୍ଗର ଲେହେଙ୍ଗା ପ୍ରାୟ ସବୁ ସ୍ଥାନରେ ବେଶ୍‌ ସହଜରେ ଓ କମ୍‌ ଖର୍ଚ୍ଚରେ ମିଳି ଯାଇଥାଏ।
ସେଲିବ୍ରିଟି ଲୁକ୍‌ ଦେଉଥିବା ଭଳି ଲେହେଙ୍ଗା କିଣିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ନିଜ ପସନ୍ଦ ହିସାବରେ ଲେହେଙ୍ଗା କିଣନ୍ତୁ। ସେଲିବ୍ରିଟି ଲୁକ୍‌ କଥା ଚିନ୍ତାକଲେ ହୁଏତ ନିଜର ପସନ୍ଦ ହୋଇ ନ ପାରେ କିମ୍ବା ବଜେଟ ମଧ୍ୟ ବହୁତ ଅଧିକ ହୋଇପାରେ।
ଲେହେଙ୍ଗା ପସନ୍ଦ କରି ସାରିବା ପରେ ତା’ର ରଙ୍ଗ ଠିକ୍‌ ଅଛି କି ନାହିଁ ପରୀକ୍ଷା କରି ଦେଖି ନିଅନ୍ତୁ। ବେଳେବେଳେ ଦୋକାନ ଭିତରେ ବିଭିନ୍ନ ପ୍ରକାର ଲାଇଟ୍‌ରେ ପ୍ରକୃତ ରଙ୍ଗ ଜଣା ପଡ଼ି ନ ଥାଏ। ତେଣୁ କିଛି ସମୟ ପାଇଁ ଟିକେ ଦୋକାନ ବାହାରକୁ ଆଣି ଲେହେଙ୍ଗାର ରଙ୍ଗ ପରଖି ନିଅନ୍ତୁ।
ଅଧିକ କାମ ଥିବା ଲେହେଙ୍ଗା ପିନ୍ଧିବାକୁ ବେଶ୍‌ ସୁନ୍ଦର ଲାଗେ। କିନ୍ତୁ କୌଣସି ଉତ୍ସବରେ ଅଧିକ ସମୟ ରହିବାକୁ ଥିଲେ ସିମ୍ପଲ ଲେହେଙ୍ଗା ପିନ୍ଧନ୍ତୁ। କାରଣ ହେଭି କାମଥିବା ଲେହେଙ୍ଗା ପିନ୍ଧି ବେଶି ସମୟ ରହିଲେ ଆପଣ ଆରାମ ଅନୁଭବ କରି ପାରିବେନି।

Share