କରୋନା ପୃଥିବୀରେ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ର ଗବେଷକ ହୋଇଥିଲେ ଆକ୍ରାନ୍ତ: ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ…

ଓ୍ବାଶିଂଟନ,୨୪।୫: କକରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ରେ କେତେକ ଗବେଷକ ଏଥିରେ ଆକ୍ରାନ୍ତ ହୋଇଥିବା ସମ୍ପର୍କରେ ଆମେରିକା ଖବର କାଗଜ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ନଭେମ୍ବରରେ ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜିରେ କାର୍ଯ୍ୟ କରୁଥିବା କେତେକ ଗବେଷକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଲ୍ୟାବ୍‌ ପକ୍ଷରୁ ୩ ଜଣ ଗବେଷକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଥିଲା। ଗବେଷକମାନେ ହସ୍ପିଟାଲରେ ଚିକିତ୍ସିତ ହେବା ଲାଗି ଅନୁରୋଧ କରିଥିଲେ। ଏହାର ଏକ ମାସ ପରେ ଡିସେମ୍ବର ୮ରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏନେଇ ଚାଇନା ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ ମଧ୍ୟ ଅବଗତ କରାଇଥିଲା।

Share