ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳୁଛି। ଏଥିରୁ କିଛି ଭିଡିଓ ଚିନ୍ତାଜନକ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ନ ରାଗି ରହିପାରିବେନି।
ଭାଇରାଲ ଭିଡିଓରେ ଜଣେ ଯୁବତୀ ରାସ୍ତା ମଝିରେ ଦ୍ରୁତ ଗତିରେ ବାଇକ୍କୁ ଏପଟ ସେପଟ କରି ଚଲାଉଛନ୍ତି। ବାଇକ୍ର ଗତି ବହୁତ ଦ୍ରୁତ ଏବଂ ଯୁବତୀଙ୍କ ଚଳାଇବା ଶୈଳୀ ମଧ୍ୟ ବେଶ୍ ବିପଜ୍ଜନକ। ଏହି ସମୟରେ ଅନ୍ୟ ଏକ ବାଇକ୍ର ଯାଉଥିବା କପଲ ଯୁବତୀଙ୍କ ଦ୍ରୁତ ଗତିରେ ଗାଡ଼ି ଚଲା ଦେଖି ସେ ଦୂରେଇ ଯାଉଛନ୍ତି। କିନ୍ତୁ ବାଇକ୍ ଚଲାଉଥିବା ଯୁବତୀ ଜଣକ ହଠାତ୍ ସେମାନଙ୍କୁ ଏତେ ଜୋର୍ରେ ଧକ୍କା ଦେଲେ ଯେ, ସେମାନେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଦେଖି ଏହା ସ୍ପଷ୍ଟ ଯେ, ସେମାନେ ନିଶ୍ଚୟ ବହୁତ ଆଘାତ ପାଇଥିବେ। କିନ୍ତୁ ବେପରୁଆ ଢଙ୍ଗରେ ବାଇକ୍ ଚଳାଉଥିବା ଯୁବତୀ ଜଣକ ସେମାନଙ୍କ ଆଡ଼କୁ ଆଉ ଦୃଷ୍ଟି ନ ଦେଇ ନିଜେ ଦ୍ରୁତ ଗତିରେ ଆଗକୁ ଚାଲିଯାଉଛନ୍ତି।
ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ୟୁଜରମାନେ ଉକ୍ତ ଯୁବତୀଙ୍କ ଉପରେ ବହୁତ ରାଗିଯାଇଛନ୍ତି। ସମସ୍ତେ ତାଙ୍କୁ ଖରାପ ଗାଳି କରୁଛନ୍ତି। ଏହି ଭିଡିଓ mcqueen_spee_d ନାମକ ଏକ ଇନ୍ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭିଡିଓଟି ଏପର୍ଯ୍ୟନ୍ତ ୪୮ ହଜାରରୁ ଅଧିକ ଲାଇକ୍ ପାଇଛି। ୟୁଜରମାନେ ଭିଡିଓ ଉପରେ କ୍ରୋଧିତ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହିପରି ଲୋକମାନେ କେବଳ ନିଜର କ୍ଷତି କରନ୍ତି ନାହିଁ ବରଂ ବିନା କାରଣରେ ଅନ୍ୟମାନଙ୍କ ପାଇଁ ମଧ୍ୟ ଅସୁବିଧା ସୃଷ୍ଟି କରନ୍ତି। ଅନ୍ୟ ଜଣେ ଲେଖିଛନ୍ତି, କିଛି ଲୋକଙ୍କର ବିବେକ ନାମକ ଏକ ଜିନିଷ ନାହିଁ।