Posted inଜାତୀୟ

ମହାକାଶ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ମଣିପୁର ଯାଆନ୍ତୁ

ନୂଆଦିଲ୍ଲୀ,୪।୭: ନିକଟରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଥିଲେ ଯେ ଯଦି ଆମେ ପ୍ରଧାନମନ୍ତ୍ରୀଙ୍କୁ ମହାକାଶକୁ ପଠାଇ ପାରିବା ତେବେ ଆମେ ବହୁତ ଗର୍ବ ଅନୁଭଭବ କରିବୁ। ଏସ ସୋମନାଥଙ୍କ ଏହି ବିବୃତ୍ତିରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆରେ ଶେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, ମହାକାଶ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମଣିପୁର ପରିଦର୍ଶନ କରିବା ଉଚିତ୍‌।
୨୦୨୫ରେ ଗଗନୟାନ ଲଞ୍ଚ ହେବାକୁ ଯାଉଛି। ଇସ୍ରୋ ମୁଖ୍ୟଙ୍କୁ ପଚରାଯାଇଥିଲା ଯଦି ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋର ମାନବ ମିଶନ ଅଧୀନରେ ମହାକାଶକୁ ଯିବାକୁ ଚାହାଁନ୍ତି ତେବେ ସେ ଖୁସି ହେବେ କି? ଏହାର ଜବାବରେ ଏସ ସୋମନାଥ କହିଛନ୍ତି, ନିଶ୍ଚିତ ଭାବେ ସେ ଏଥିରେ ଖୁସି ହେବେ, କିନ୍ତୁ ତାଙ୍କର (ପିଏମ ମୋଦି) ଅନ୍ୟାନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି। ସେଗୁଡିକୁ ସମାପ୍ତ କରିବା ହେଉଛି ସେମାନଙ୍କର ପ୍ରଥମ ପ୍ରାଥମିକତା। କିନ୍ତୁ ଏହା ହେଉଛି ଏକ ସାମର୍ଥ୍ୟ ଯାହା ଆମେ ହାସଲ କରିବାକୁ ଚାହୁଁଛୁ, ମଣିଷକୁ ମହାକାଶକୁ ପଠାଇବାର କ୍ଷମତା ବିକାଶ କରିବାକୁ ଯେ ଏହା ଅତ୍ୟନ୍ତ ନିରାପଦ ହେବ ଏବଂ ଆମେ ତାହା ହାସଲ କରିବା ପ୍ରକ୍ରିୟାରେ ଅଛୁ।
ମଣିପୁର ହିଂସା ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଘେରିବାକୁ ବିରୋଧୀ ଲାଗିପଡିଛନ୍ତି। ବିରୋଧୀ ଅଭିଯୋଗ କରିଛନ୍ତି, ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ମୋଦି ନିରବତା ଅବଲମ୍ବନ କରିଛନ୍ତି ଏବଂ ରାଜ୍ୟରେ ଶାନ୍ତି ଫେରାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇ ନାହିଁ। ଗତ ବର୍ଷ ମେ ମାସରେ ମଣିପୁରରେ ଜାତି ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ବିସ୍ଥାପନର ସମ୍ମୁଖୀନ ହେବାକୁ ପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ପ୍ରସଙ୍ଗ ହରିୟାଣାରେ କଲା ଓଲଟପାଲଟ, ଏମିତି ହୋଇଥିଲେ…

ନୂଆଦିଲ୍ଲୀ,୫।୧୦: ହରିୟାଣା ବିଧାନସଭା ନିର୍ବାଚନର ମତଦାନ ଶେଷ ହୋଇଛି। ଏଥିସହ ରାଜ୍ୟର ଏକଜିଟ ପୋଲ ମଧ୍ୟ ପ୍ରକାଶ ପାଇଛି। ତେବେ ଏଥରର ଏକଜିଟ୍‌ ପୋଲ୍‌ ସମସ୍ତଙ୍କୁ...

ହରିୟାଣାରେ କାହାର ସରକାର? ସଟ୍ଟା ବଜାର ଦେଲା ବଡ଼ ସିଗନାଲ…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣାରେ ଗୋଟିଏ...

ପଶ୍ଚିମବଙ୍ଗରେ ପୁଣି ତେଜିଲା ହିଂସା: ୯ବର୍ଷର ଝିଅକୁ ଅତି ନୃଶଂସ ଭାବରେ ବଳାତ୍କାର କରି ହତ୍ୟା, ପୋଲିସ ଆଉଟପୋଷ୍ଟ ଜାଳିଦେଲେ…

କୋଲକାତା,୫ା୧୦: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲା ଜୟନଗର ଅଞ୍ଚଳର ଏକ ସନ୍ତସନ୍ତିଆ ସ୍ଥାନରୁ ଶନିବାର ସକାଳେ ଜଣେ ୧୦ ବର୍ଷୀୟା ବାଳିକାଙ୍କ ମୃତଦେହ ମିଳିବା ପରେ...

ଏକଜିଟ ପୋଲ ଦେଖି ଢଳିଲେ କି ମେହେବୁବା ମୁଫତି, କହିଲେ ଦେବୁ ସମର୍ଥନ…

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ଜମ୍ମୁ-କଶ୍ମୀରରେ ପଲଟିଲା ବାଜି, ଏଥର ଚମକାଇଦେଲା ଏକଜିଟ ପୋଲ୍‌

ନୂଆଦିଲ୍ଲୀ,୫।୧୦:ପ୍ରାୟ ୧୦ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଛି। ଏଠାରେ ୯୦ଟି ବିଧାନସଭା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହୋଇଛି।...

ହରିୟାଣା ଏକଜିଟ୍‌ ପୋଲ୍‌: ଭାଜପାକୁ ଜବରଦସ୍ତ ଝଟ୍‌କା, ସରକାର ଗଢିବାକୁ ଯାଉଛି…

ନୂଆଦିଲ୍ଲୀ,୫।୧୦: ଆସିଛି ଭୋଟ ବାହୁଡା ମତ। ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟିଂ ସରିବା ପରେ ପ୍ରକାଶ ପାଇଛି ଏକଜିଟ୍‌ ପୋଲ୍‌। ହରିୟାଣା ବିଧାନସଭାର...

ହରିୟାଣା ଭୋଟିଂ ଭିତରେ ବଡ଼ ଖବର, କଂଗ୍ରେସ ରାଲିରେ ମହିଳା ନେତାଙ୍କ ସହ ଅସଦାଚରଣ, ଭାଇରାଲ ହେଲା ଭିଡିଓ

ଗଣ୍ଡିଗଡ,୫।୧୦: ହରିୟାଣା ନିର୍ବାଚନ ଭିତରେ ଘଟିଛି ବଡ଼ ଅଘଟଣ। ଷ୍ଟେଜ ଉପରେ ମହିଳା ଦଳୀୟ କର୍ମୀ ହୋଇଛନ୍ତି ଅସଦାଚରଣର ଶିକାର। ଏପରି ଘଟଣା ଦେଖିବାକୁ ମିଳିଛି...

ହରିୟାଣା ଏକଜିଟ ପୋଲ୍‌ ପୂର୍ବରୁ ପଲଟିଗଲା ବାଜି! ଏଥର ଭାଜପା…

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri