ଘରକୁ ସୁନ୍ଦର ଲୁକ୍ ଦେବାପାଇଁ ଘରର ବିଭିନ୍ନ ସ୍ଥାନରେ ମିରର୍ ଲଗାଇବାକୁ ଅନେକେ ଇଚ୍ଛା କରିଥାନ୍ତି। ଆପଣ ଯଦି ଘରେ ଆଇନା ଲଗାଇବାକୁ ଯାଉଛନ୍ତି ତେବେ ଘରେ ଯେପରି ସକାରାତ୍ମକ ଊର୍ଜା ସୃଷ୍ଟି ହେବ ସେଥିପ୍ରତି ଧ୍ୟାନ ଦେବେ। ତେଣୁ ଏ ଦୃଷ୍ଟିରୁ ଜାଣି ରଖନ୍ତୁ କିଛି କଥା..
– ଡ୍ରଇଁ ରୁମରେ ସବୁବେଳେ ଖାଇବା ଟେବୁଲ ସାମ୍ନାରେ ହିଁ ମିରର୍ ଲଗାନ୍ତୁ। ସବୁବେଳେ ଚାରିକଣିଆ ମିରର୍ ଲଗାନ୍ତୁ।
– ବାସ୍ତୁ ଶାସ୍ତ୍ର ଅନୁସାରେ ବେଡରୁମରେ ମିରର୍ ଲଗାଇବା ଉଚିତ ନୁହେଁ। ଯଦି ଆପଣଙ୍କର ଅନ୍ୟ କୌଣସି ଘରେ ସ୍ଥାନ ନାହିଁ ତେବେ ନିହାତିଭାବେ ବେଡରୁମରେ ମିରର୍ ଲଗାଉଛନ୍ତି ତା’ହେଲେ ଶୋଇବା ସମୟରେ ଏହାକୁ ଘୋଡାଇ ରଖନ୍ତୁ। ଫଳରେ ଉଠିବା ବେଳକୁ ଆପଣଙ୍କୁ ନିଜ ଚେହେରା ଦେଖାଯିବ ନାହିଁ।
– ଘରର ଠିକ୍ ପ୍ରବେଶ ଦ୍ୱାରରେ ବି ମିରର୍ ଲଗାନ୍ତୁ ନାହିଁ। ଘର ସଜ୍ଜାଇବା ଉଦ୍ଦେଶ୍ୟରେ କିଛି ଲୋକ ଏପରି କରିଥାନ୍ତି, କିନ୍ତୁ ଏହାଫଳରେ ଘରର ସକାରାତ୍ମକ ଶକ୍ତି ବାହାରକୁ ଚାଲିଯାଏ।
– ଘରର ଛୋଟ ଏବଂ ସଙ୍କୁଚିତ ସ୍ଥାନରେ ମିରର୍ ଲଗାଇବା ଭଲ। ବାସ୍ତୁ ଅନୁସାରେ ଏପରି ସ୍ଥାନରେ ମିରର୍ ଲଗାଇବା ଫଳରେ ଚମତ୍କାର ପ୍ରଭାବ ପଡ଼ିଥାଏ।
– ଦୁଇଟି କାନ୍ଥ ଯୋଡା ହୋଇଥିବା ସ୍ଥାନରେ ମିରର୍ ଲଗାନ୍ତୁ ନାହିଁ। ଏହା ସହିତ ମିରର୍କୁ ସବୁବେଳେ ସଫା ରଖନ୍ତୁ।
– ଘରର ଦକ୍ଷିଣ ପୂର୍ବ ଦିଗରେ ମିରର୍ ଲଗାନ୍ତୁ ନାହିଁ। ୱାଶ୍ ବେସିନ୍ ଉପରେ ମିରର୍ ଲଗାଇବା ଶୁଭ କୁହାଯାଏ।
– ଘରେ ଭଙ୍ଗା ମିରର୍ ରଖନ୍ତୁ ନାହିଁ ଏହା ସହିତ କବାଟ ପଛପଟରେ ମଧ୍ୟ ଲଗାନ୍ତୁ ନାହିଁ।