ମୁମ୍ବାଇ,୭।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁଙ୍କୁ ଗୁରୁବାର ୪୧ ବର୍ଷ ପୂରିଛି। ସେ ୪୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ଜାନୁୟାରୀ ୭ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ବହୁ ଫିଲ୍ମରେ ସେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ୨୦୦୩ରେ ଜିସ୍ମ୍ ଫିଲ୍ମରେ ଜନ୍ ଆବ୍ରାହମ୍ଙ୍କ ସହିତ ବିପାଶଙ୍କର କ୍ଲୋଜ୍ ଅପ୍ ସିନ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ରିଲ୍ ଲାଇଫ୍ ପରି ରିୟଲ ଲାଇଫ୍ରେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ହୋଇଥିଲା। ୯ ବର୍ଷ ଧରି ଉଭୟ ଲିଭ୍ଇନ୍ରେ ରହିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ମତଭେଦ ଯୋଗୁ ସମ୍ପର୍କରେ ଭଟ୍ଟା ଆସିଥିଲା। ଏହାପରେ ବିପାଶା ୨୦୧୬ରେ କରନ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ସେତେବେଳକୁ କରନ ନିଜ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇସାରିଥିଲେ। ବିବାହ ପରେ ବିପାଶା ଫିଲ୍ମ ଦୁନିଆଠାରୁ ପ୍ରାୟ ଦୂରେଇ ଯାଇଛନ୍ତି।
Posted inମନୋରଞ୍ଜନ