Categories: ଜାତୀୟ

ରାଜନୀତି ପୂର୍ବରୁ ପରିବାର ବିରୋଧରେ ଯାଇ ଓକିଲାତି କରିଥିଲେ ସିଦ୍ଦରାମାୟା

ବେଙ୍ଗାଲୁରୁ,୧୭।୫:କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ପରେ ଦଳ ବୁଧବାର ମୁଖ୍ୟମନ୍ତ୍ରୀ ପଦ ନାମ ଚୂଡାନ୍ତ କରିଛି। ସୂଚନାନୁସାରେ, ଦଳର ହାଇକମାଣ୍ଡ ସିଦ୍ଦାରାମାୟଙ୍କ ଉପରେ ମୋହର ମାରିଛନ୍ତି। ତେବେ ସେ ରାଜନୀତି ପୂର୍ବରୁ ପରିବାର ବିରୋଧରେ ଯାଇ ଓକିଲାତି କରିଥିଲେ।

କର୍ନାଟକର ଆଗାମୀ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଅଗଷ୍ଟ ୩ ୧୯୪୭ରେ କର୍ନାଟକର ମହୀଶୂରର ଏକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସିଦ୍ଦରାମେ ଗୌଡା ଏବଂ ବୋରମା ଗୌଡା ହୋବଲିରେ ଚାଷ କାର୍ଯ୍ୟ କରୁଥିଲେ।

ସିଦ୍ଦରାମାୟା ୧୯୭୮ରେ ରାଜନୀତିରେ ପ୍ରବେଶ କରିଥିଲେ। ଏହାପରେ ସେ ବିଭିନ୍ନ ପଦ ପଦବୀରେ ରହିଥିଲେ। ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ହେବା ପରେ ସିଦ୍ଦରାମାୟାଙ୍କୁ ୨୦୧୩ରେ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ରେ ସିଦ୍ଦରାମାୟା ମହୀଶୂରର ବରୁଣା ଆସନରୁ ଜିତିଛନ୍ତି।

ସିଦ୍ଦରାମାୟା ବିଏସସରେ ଡିଗ୍ରୀ ହାସଲ କରିଥିଲେ। ଯଦିଓ ସିଦ୍ଦରାମାୟାଙ୍କ ପିତାମାତା ତାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ କିନ୍ତୁ ସେ ଓକିଲାତି କରିବାକୁ ଇଛୁକ ଥିଲେ। ତେଣୁ ପରିବାର ବିରୋଧରେ ଯାଇ ମହୀଶୂର ବିଶ୍ୱବିଦ୍ୟାଳୟରୁ ଏଲଏଲବି ଅଧ୍ୟୟନ କରିଥିଲେ। ଓକିଲାତି ଛାଡିବା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ।

Share