Categories: ଜାତୀୟ

ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୭ ।୪: ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶେଷ ହୋଇପାରେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି । କେବଳ ସେତିକି ନୁହେଁ ପାର୍ଲାମେଣ୍ଟର ଉଭୟ ଗୃହ ଅର୍ଥାତ୍ ରାଜ୍ୟ ସଭା ଓ ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇପାରେ । ସୂଚନାଯୋଗ୍ୟ, ବଜେଟ ଅଧିବେଶନ ୩୧ ଜାନୁୟାରୀରେ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ପରେ ୧୧ ଫେବୃୟାରୀକୁ ଏହା ଶେଷ ହୋଇଥିଲା । ଏହାପରେ ଉଭୟ ଗୃହରେ ବଜେଟ ପତ୍ରର ପରୀକ୍ଷଣ ପାଇଁ ଅବକାଶ ଘୋଷଣା କରାଯାଇଥିଲା । ତେବେ ବଜେଟର ଦ୍ୱିତୀୟ ଭାଗ ୧୪ ମାର୍ଚ୍ଚରେ ଆରମ୍ଭ ହୋଇଥିଲା ଯାହା ୮ ଏପ୍ରିଲରେ ଶେଷ ହୋଇଥାଆନ୍ତା । ହେଲେ ଏହାକୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୭ ଏପ୍ରିଲରେ ଶେଷ କରାଯିବ ବୋଲି ଜଣାପଡିଛି ।

Share