Categories: ଜାତୀୟ

ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକ୍‌ରେଙ୍କୁ ନେଇ ବଡ଼ କଥା କହିଦେଲେ ଏକନାଥ ଶିନ୍ଦେ

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଦାବି କରିଛନ୍ତି, ଉଦ୍ଧବ ବର୍ତ୍ତମାନ ବିରୋଧୀଦଳର ନେତା ପଦବୀ ଉପରେ ନଜର ରଖିଛନ୍ତି। କାରଣ ତାଙ୍କର ଏମଭିଏ ସହଯୋଗୀମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହାଁନ୍ତି। ଉଲ୍ଲେଖଯୋଗ୍ୟ, ବିଧାନସଭା ନିର୍ବାାଚନ ପୂର୍ବରୁ ଶିବସେନା (ୟୁବିଟି) ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବା ଉପରେ ଜୋର ଦେଇଛି। କିନ୍ତୁ ସହଯୋଗୀ କଂଗ୍ରେସ ଏବଂ ଏନସିପି (ଶରଦ ଚନ୍ଦ୍ର ପାୱାର)ଙ୍କ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି।

ଜଲନା ଜିଲାର ଏକ ସାଧାରଣ ସଭାରେ ଶିନ୍ଦେ କହିଛନ୍ତି, ତାଙ୍କ ସହଯୋଗୀଙ୍କ ସମର୍ଥନ ଅଭାବ ସତ୍ତ୍ୱେ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦବୀ ହାସଲ କରିବାର ଅଭିଳାଷ ରଖିଛନ୍ତି। ଥରେ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବାରସ୍ବେପ୍ନ ଦେଖିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ସହଯୋଗୀମାନେ ମଧ୍ୟ ତାଙ୍କୁ ଏହି ପଦରେ ଦେଖିବାକୁ ଚାହୁଁନାହାଁନ୍ତି। ଉଦ୍ଧବ ବର୍ତ୍ତମାନ ବିରୋଧୀ ଦଳର ନେତା ପଦ ଉପରେ ନଜର ରଖିଛନ୍ତି। ଏଥିପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ମହୁୟୁତି କ୍ଷମତାକୁ ଫେରିବା ପରେ ମରାଠୱାଡା ଅଞ୍ଚଳ ପାଇଁ ୱାଟର ଗ୍ରୀଡ ଯୋଜନା କାର୍ଯ୍ୟକାରୀ କରିବାକୁ ଶିନ୍ଦେ ପ୍ରତିଶ୍ରୁତି ଦେଇଛନ୍ତି।

Share