Categories: ଜାତୀୟ

ନିର୍ବାଚନ ପୂର୍ବରୁ ଶ୍ରମିକଙ୍କ ପାଇଁ ନୂଆ ଯୋଜନା ଘୋଷଣା କଲେ ମମତା

କୋଲକତା,୨୬।୨: ପଞ୍ଚିମବଙ୍ଗ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ରାଜ୍ୟ ସହରାଞ୍ଚଳ ନିଯୁକ୍ତ ରୋଜଗାର ଯୋଜନାରେ ଶ୍ରମିକଙ୍କ ମଜୁରୀ ଟଙ୍କା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି। ଏନେଇ ମମତା ଟୁଇଟ୍‌ କରି କହିଛନ୍ତି। ଏହି ଯୋଜନା ଦ୍ୱାରା ରାଜ୍ୟର ୫୬ ହଜାର ଶ୍ରମିକ ଉପକୃତ ହେବେ। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ଦିନକୁ ୧୪୪ ଟଙ୍କା ଥିବା ବେଳେ ଏହାକୁ ବଢାଇ ୨୦୨ କରାଯାଇଛି। ଅର୍ଦ୍ଧ କୁଶଳୀଙ୍କ ପାଇଁ ୧୭୨ରୁ ୩୦୪ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ କୁଶଳୀଙ୍କ ପାଇଁ ୪୦୪ ଟଙ୍କା ରଖାଯାଇଛି। ଶ୍ରମିକଙ୍କ ମଜୁରୀ ବୃଦ୍ଧି ନେଇ ମମତା ନିର୍ବାଚନ କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।

Share