ଫିଲ୍ମ ପୂର୍ବରୁ ଏହି କଳାକାରମାନେ ଥିଏଟରରେ କରିଥିଲେ ଅଭିନୟ

ମୁମ୍ବାଇ: ପ୍ରତିବର୍ଷ ମାର୍ଚ୍ଚ ୨୭ରେ ସାରା ବିଶ୍ୱରେ ‘ବିଶ୍ୱ ନାଟ୍ୟ ଦିବସ’ ପାଳନ କରାଯାଏ। ଫିଲ୍ମ ଆରମ୍ଭ ଥିଏଟରରୁ ବୋଲି ବିଶ୍ୱାସ କରାଯାଏ। ୧୯୧୩ରେ ଭାରତରେ ପ୍ରଥମ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ଆସିବା ପୂର୍ବରୁ ‘ଥିଏଟର’ ଏକମାତ୍ର ମାଧ୍ୟମ ଥିଲା। ଯାହା କଳାକାର ଏବଂ ଦର୍ଶକଙ୍କୁ ଯୋଡ଼ି ରଖିଥିଲା।

ସେକ୍ସପିୟର ହିଁ କହିଥିଲେ, ଦୁନିଆ ଏକ ମଞ୍ଚ ଏବଂ ଆମର କଳାକାରମାନେ ଏଥିରେ ଅଭିନୟ କରିବେ। ଥିଏଟରର ଅଭିଜ୍ଞ କଳାକାରଙ୍କ ଦ୍ୱାରା ଭାରତୀୟ ସିନେମାର ମୂଳଦୁଆ ପକାଯାଇଥିଲା। ଯାହା ପରେ ପୃଥ୍ବୀରାଜ କପୁର, ଗିରିଶ କର୍ନଡ, ଓମ୍‌ ପୁରୀ, ମନୋଜ ବାଜପେୟୀ,ରାଜକୁମାର ରାଓ, ଉତ୍କଳ ଦତ୍ତ, ଶବ୍‌ନା ଆଜମୀ, ପଙ୍କଜ କପୁର, ଇଫ୍ରାନ ଖାନ୍‌, ଶାହାରୁଖଙ୍କ ପରି କଳାକାରମାନେ ଥିଏଟରରେ ଅଭିନୟ କରିଥିଲେ।

Share