Categories: ଜାତୀୟ

୨୦୨୪ର ଫାଇନାଲ ପୂର୍ବରୁ ସେମିଫାଇନାଲରେ ଭାଜପା ବିଜୟୀ…

ନୂଆଦିଲ୍ଲୀ,୩।୧୨ : ୨୦୨୪ର ଲୋକସଭା ଫାଇନାଲ ପୂର୍ବରୁ ଭାଜପା ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ର ବିଧାନସଭା ନିର୍ବାଚନର ସେମିଫାଇନାଲ ଫଳାଫଳରେ ବିଜୟୀ ହୋଇଛି। ୩ ରାଜ୍ୟରେ ଭାଜପା ଆଗୁଆ ରହିଛି। କଂଗ୍ରେସ କେବଳ ଗୋଟିଏ ରାଜ୍ୟରେ ଆଗୁଆ ରହିଛି। ଭୋଟ ଗଣତିରୁ ଜଣାପଡ଼ିଛି ଭାଜପା ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୧୧୫ ରହିଛି।

ଭାଜପା ମଧ୍ୟପ୍ରଦେଶରେ ୧୬୩ ଆସନରେ ଆଗୁଆ ରହିଛି। ସେହିପରି ରାଜସ୍ଥାନରେ ୧୯୯ ଆସନ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟା ୧୦୦ ରହିଛି। ଭାଜପା ରାଜସ୍ଥାନରେ ୧୧୩ ଆସନରେ ଆଗୁଆ ରହିଛି। ଅପରପକ୍ଷରେ ଛତିଶଗଡ଼ରେ ମୋଟ ୯୦ ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ରହିଛି। ଭାଜପା ୫୫ ସଂଖ୍ୟା ଛୁଇଁଛି। ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାକୁ ଯାଉଛି।

ତେଲଙ୍ଗାନାରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁଛି। ତେଲଙ୍ଗାନାରେ ମୋଟ ଆସନ ସଂଖ୍ୟା ୧୧୯ ରହିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୬୦ ରହିଛି। କଂଗ୍ରେସ ତେଲଙ୍ଗାନାରେ ୬୩ ଆସନରେ ଆଗୁଆ ରହିଛି। ଏଠାରେ ବିଆରଏସ ୪୧ ଏବଂ ଭାଜପା ୮ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୭ ଆସନରେ ଆଗୁଆ ରହିଛନ୍ତି।

 

Share