ସବୁ ଗୁଣ୍ଡ କରିବୁ, ମନ୍ତ୍ରୀ ଆସିବା ପୂର୍ବରୁ ବାଡେଇ ବାଡେଇ ଫଳକ ଭାଙ୍ଗିଦେଲେ ବ୍ଲକ୍‌ ଅଧ୍ୟକ୍ଷା

ପାଲଲହଡ଼ା,୨୮।୧୦ (ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ରବିବାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଅନେକ ଉଦଘାଟନୀ ଫଳକରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାୟକଙ୍କ ନାମ ନ ଥିଲା। ତେଣୁ ଏହିସବୁ ଫଳକକୁ ଅଧ୍ୟକ୍ଷା ଭାଙ୍ଗିଦେବା ସହିତା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ। ବ୍ଲକର ସମସ୍ତ ଜିଲାପରିଷଦ, ସରପଞ୍ଚ ଏବଂ ସମିତିସଭ୍ୟଙ୍କୁ ସାଙ୍ଗରେ ନେଇ ଅଧ୍ୟକ୍ଷା ନାଏକ ପ୍ରଥମେ ସ୍ଥାନୀୟ ଶିବମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଉଦଘାଟନ ପାଇଁ ନିର୍ମିତ ଫଳକକୁ ଭାଙ୍ଗିଥିଲେ ଏବଂ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ପରେ ଉପଖଣ୍ଡ ଡାକ୍ତରଖାନା ପରିସରରେ ଉଦ୍‌ଘାଟନୀ ଫଳକକୁ ଭାଙ୍ଗିଦେଇଥିଲେ। ଅଧ୍ୟକ୍ଷା ନାଏକ ଜିଲ୍ଲାପରିଷଦ ସଭ୍ୟା ସାବିତ୍ରୀ ମାଝୀ, ସଦସ୍ୟ ବୁଦ୍ଧୁରାମ ବୋଇପାଇ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଦଳୀୟ କର୍ମୀମାନେ ପ୍ରକଳ୍ପ ଉଦଘାଟନ ସ୍ଥାନରେ ପହଞ୍ଚି ଫଳକଗୁଡିକୁ ଭାଙ୍ଗିଦେଇଥିଲେ। ପୂର୍ବ ସରକାର ଅମଳରେ ପାଲଲହଡ଼ା ଶିବ ମନ୍ଦିରର ଉନ୍ନତୀକରଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ଗାୟତ୍ରୀ ମନ୍ଦିର ପାଇଁ ୪ ଲକ୍ଷ ଟଙ୍କା ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନାରେ ଦିଆଯାଇଥିଲା ଏବଂ ପାଲଲହଡ଼ା ପଞ୍ଚାୟତ ସମିତିର ସହଯୋଗରେ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଥିଲା। ମାତ୍ର ଟଙ୍କାଟିଏ ମଧ୍ୟ ଅନୁଦାନ ନଦେଇ ପଞ୍ଚାୟତ ସମିତିକୁ ଅପମାନିତ କରି ସ୍ଥାନୀୟ ବିଧାୟକ, ମନ୍ତ୍ରୀଙ୍କୁ ଡାକି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବାକୁ ବିରୋଧ କରି ଫଳକକୁ ଭାଙ୍ଗି ଦେଇଛି ବୋଲି ଅଧ୍ୟକ୍ଷା ନାଏକ ପ୍ରକାଶ କରିଥିଲେ। ସେହିପରି ଉପଖଣ୍ଡ ଡାକ୍ତରଖାନା ପରିସରରେ ଉଦ୍‌ଘାଟନ ହେବାକୁ ଥିବା ଫଳକକୁ ପୋଲିସ ସୁରକ୍ଷା ଦେଇଥିଲା। ବ୍ଲକ ଅଧ୍ୟକ୍ଷା ସେଠାରେ ପହଞ୍ଚତ୍ବା ପୂର୍ବରୁ ଡାକ୍ତରଖାନାର ମୁଖ୍ୟ ଫାଟକକୁ ପୋଲିସ ବନ୍ଦ ରଖିଥିଲା, ଯାହାକୁ ନେଇ ପୋଲିସ ଏବଂ ଲୋକପ୍ରତିନିଧିଙ୍କ ମଧ୍ୟରେ କିଛି ସମୟ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ପରେ ଅଧ୍ୟକ୍ଷା ନାୟକ ଏବଂ ବିଜୁ ଜନତା ଦଳ କର୍ମୀମାନେ ଜୋରଜବରଦସ୍ତ ଡାକ୍ତରଖାନା ପରିସରରେ ଧସେଇ ପଶି ଉକ୍ତ ଫଳକକୁ ମଧ୍ୟ ଭାଙ୍ଗିଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ମନ୍ତ୍ରୀ ନାଏକ, ଏମପି ରୁଦ୍ରନାରାୟଣ ପାଣି, ବିଧାୟକ ଅଶୋକ ମହାନ୍ତି ଶିବ ମନ୍ଦିର ଏବଂ ଡାକ୍ତରଖାନା ପରିସରକୁ ଯାଇ ରିବନ କାଟି ପ୍ରକଳ୍ପ ଉଦଘାଟନ କରିଥିଲେ I


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ପ୍ରତି ରାତିରେ ଭିଣୋଇ ସାଜୁଥିଲେ ସଇତାନ: ଶାଳୀଙ୍କୁ ନିଶା ଦେଇ କରୁଥିଲେ ବଳାତ୍କାର ପରେ…

ଭୁବନେଶ୍ୱର,୨୮।୧୦: ପ୍ରତି ରାତିରେ ଭିଣୋଇ ସାଜୁଥିଲା ନର ରାକ୍ଷାସ। ରାତିରେ ଜାଗ୍ରତ ହେଉଥିଲା ତାଙ୍କର ସଇତାନ ପ୍ରକୃତି। ଶାଳୀଙ୍କ ବିସ୍ବାସରେ ଦେଇ ଚାଲିଥିଲା ବିଷ ପରେ...

ଦୁର୍ନୀତିଗ୍ରସ୍ଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ; ”କେତେବେଳେ ବି ବାନ୍ଧିପାରନ୍ତି ସରକାର”

ଭୁବନେଶ୍ୱର,୨୮ା୧୦: ସୋମବାର ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତିଗ୍ରସ୍ତଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ଶୁନ୍ୟ ସହନଶୀଳତା ନୀତି...

ପୁଣି ମାଡି ଆସୁଛି କି ବିପଦ, ଏଥରବି  କ’ଣ ସତ ହେବ ପଞ୍ଜିକା ଭବିଷ୍ୟବାଣୀ? ପ୍ରଳୟର ରୂପନେବ….

ପୁଣି ମାଡି ଆସୁଛି କି ବିପଦ? ସତ ହେବକି  ପଞ୍ଜିକା ଭବିଷ୍ୟବାଣୀ। ବାତ୍ୟା ପରେ ପୁଣି ନଭେମ୍ବରରେ ହେବକି ଭୂମିକମ୍ପ। ଥରିବକି ପୃଥ୍ବୀବୀ। ତେବେ କେବଳ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କହିଲେ ଖୁବ୍‌ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା, ଯେଉଁ ହିତାଧିକାରୀ…

ଭୁବନେଶ୍ୱର,୨୮ା୧୦: ସରକାରଙ୍କ ‘ସୁଭଦ୍ରା’ ଯୋଜନାର କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାକି...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri