Advertisement

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମନେ ପଡ଼ିଲା ଚିନିକଳ କଥା

ବରଗଡ଼ ଅଫିସ୍‌,୭।୧୨: ବରଗଡ଼ ସହର ଉପକଣ୍ଠ ତୋରାସ୍ଥିତ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠା ପାଇଁ ମଙ୍ଗଳବାର ବିଧାନସଭା ରୁମ ନଂ-୫୪ରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍‌ ତ୍ରିପାଠୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ସମବାୟ ସଚିବ ବୀର ବିକ୍ରମ ଯାଦବ, ଅର୍ଥ ସଚିବ ବିଶାଳ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା କିମ୍ବା ସେହି ସ୍ଥାନରେ ଅନ୍ୟ ଶିଳ୍ପ ଇଥାନଲ ଶିଳ୍ପ ତଥା ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଶିଳ୍ପ ପ୍ରତିଷ୍ଠା ପାଇଁ ଆଲୋଚନା ହୋଇଥିଲା। ଇଡକୋ, ଇଣ୍ଡଷ୍ଟ୍ରି ବିଭାଗ ସହିତ ଆଲୋଚନା କରି ଶିଳ୍ପ ସଚିବ, ସମବାୟ ସଚିବ ଶୀଘ୍ର ବରଗଡ଼ ସମବାୟ ଚିନିକଳ ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ସମବାୟ ମନ୍ତ୍ରୀ ସ୍ବାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ତେବେ ପଞ୍ଚାୟତ ଭୋଟ୍‌ ପୂର୍ବରୁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ନେଇ ସରକାରୀସ୍ତରରେ ଏଭଳି ତତ୍ପରତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share