Categories: ଖେଳ

ରାଜକୋଟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟ୍‌କା

ରାଜକୋଟ,୧୧।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଇଂଲଣ୍ଡକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ସ୍ପିନ ବୋଲର ଜ୍ୟାକ ଲିଚ ଆହତ ହୋଇ ଦଳରୁ ବାଦ୍‌ ପଡିଛନ୍ତି। ଇଂଲଣ୍ଡ କ୍ରିକେଟ ବୋର୍ଡ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଶେୟାର କରିଛି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଲିଚ ଆହତ ହୋଇଥିଲେ। ଏହି ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା। ଲିଚ ଶୀଘ୍ର ଘରକୁ ଫେରିଯିବେ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଖେଳାଯାଇଥିଲା। ଏହି ମ୍ୟାଚରେ ଜ୍ୟାକ ଲିଚ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମ ଏବଂ ଦ୍ୱିତୀୟ ଇନିଂସରେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ମ୍ୟାଚ ସମୟରେ ଲିଚ ଆହତ ହୋଇଥିଲେ। ଫିଲ୍ଡିଂ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଏହି କାରଣରୁ ସେ ଦ୍ୱିତୀୟ ଟେଷ୍ଟରେ ଖେଳିପାରି ନ ଥିଲେ ଏବଂ ବର୍ତ୍ତମାନ ପୁରା ସିରିଜରୁ ବାଦ୍‌ ପଡିଛନ୍ତି।

Share