ରିଲିଜ ପୂର୍ବରୁ ସଲମାନ କହିଲେ ସବୁଠୁ ଭୟଙ୍କର ହେବ ‘ଟାଇଗର’ ମିଶନ

ମୁମ୍ବାଇ: ଦୀର୍ଘ ୬ ବର୍ଷ ପରେ ପୁଣି ‘ଟାଇଗର’ ବଡ଼ ପରଦାକୁ ଫେରୁଛି। ‘ଟାଇଗର-୩’ଘୋଷଣା ହେବା ଦିନଠାରୁ ଏହି ଫିଲ୍ମକୁ ନେଇ ଏକ ବଡ଼ ଧରଣର କ୍ରେଜ୍‌ ଆସିଛି। ଏବେ ଏହି ଫିଲ୍ମର ଟିଜର ରିଲିଜ ହେବା ପରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ପ୍ରଶଂସକମାନେ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି।

ଏହି ସମୟରେ ପ୍ରଶଂସକଙ୍କ ଉତ୍ସାହ ବଢ଼ାଇବା ପାଇଁ ସଲମାନ ‘ଟାଇଗର’ ସହିତ ଜଡ଼ିତ ଏକ ଅପଡେଟ୍‌ ଶେୟାର କରିଛନ୍ତି। ସଲମାନ କହିଛନ୍ତି, ତାଙ୍କ ଆଗାମୀ ଫିଲ୍ମରେ ଆକ୍ସନ ଏତେ ଜବରଦସ୍ତ ହେବ ଯେ, ଦର୍ଶକ କାନ୍ଦିବାକୁ ଲାଗିବେ। କେବଳ ଏତିକି ନୁହେଁ, ଏପରିକି ଅଭିନେତା  କହିଛନ୍ତି, ସେ ପିଲା ପରି ଆକ୍ସନ ଦୃଶ୍ୟ ଦେଖୁଥିଲେ।

ସଲମାନ କହିଛନ୍ତି, ‘ଟାଇଗର’ରେ ଥିବା ଆକ୍ସନ ଗ୍ରାଫ୍‌ ପୂର୍ବ ଫିଲ୍ମ ତୁଳନାରେ ବହୁତ ବଡ଼ ହେବ। ସେ କହିଛନ୍ତି, ‘ଏକ ଥା ଟାଇଗର’, ‘ଟାଇଗର ଜିନ୍ଦା ହୈ’ ଏବଂ ଓ୍ବାଇଆର୍‌ଏଫ୍‌ର ସ୍ପାଇ ୟୁନିଭର୍ସର ଅନେକ ଚଳଚ୍ଚିତ୍ର ଦେଖିଛନ୍ତି। ତେଣୁ ଏଥର କିଛି ନୂଆ ଏବଂ ଅନନ୍ୟ ହେବା ଅତ୍ୟନ୍ତ ଜରୁରୀ ଅଟେ। ‘ଟାଇଗର’ ପୂରା ଆକ୍ସନରେ ଭରପୂର। ଏହା ବହୁତ ଭଲ ହେବା ଆବଶ୍ୟକ, କାରଣ ଅନ୍ୟ କୌଣସି ବିକଳ୍ପ ନ ଥିଲା।’

Share