ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ସିରିଜ ପୂର୍ବରୁ ଶ୍ରୀଲଙ୍କା ଦୁଇଟି ବଡ଼ ଝଟ୍କା ଲାଗିଛି। ପ୍ରଥମେ ଦଳର ଷ୍ଟାର ଦ୍ରୁତ ବୋଲର ଦୁଷ୍ମନ୍ଥା ଚାମିରା ବାଦ୍ ପଡିଥିଲେ। ବର୍ତ୍ତମାନ ଅନ୍ୟ ଦ୍ରୁତ ବୋଲର ନୁୱାନ ଥିଶାରା ମଧ୍ୟ ବାଦ୍ ପଡିଛନ୍ତି। ଅଭ୍ୟାସ ସମୟରେ ଥିଶାରା ଆହତ ହୋଇଥିଲେ। ଟିମ ମ୍ୟାନେଜର ମହିନ୍ଦା ହାଲାଙ୍ଗୋଡା ନୁୱାନଙ୍କ ଆଘାତ ବିଷୟରେ ସୂଚନା ଦେଇଛନ୍ତି।
ଟିମ ମ୍ୟାନେଜର କହିଛନ୍ତି, ନୁୱାନ ଥିଶାରାଙ୍କ ବାମ ଆଙ୍ଗୁଠିକୁ ଆଘାତ ଲାଗିଛି। ଯଦିଓ ସେ ଡାହାଣ ହାତରେ ବୋଲିଂ କରନ୍ତି, ଆଘାତ ଏତେ ଗୁରୁତର ଥିଲା ଯେ ତାଙ୍କୁ ଦଳରୁ ବାଦ୍ ପଡିଛନ୍ତି। ଫିଲ୍ଡିଂ ଅଭ୍ୟାସ ସମୟରେ ନୁୱାନ ଥିଶାରା ଆହତ ହୋଇଥିବା ଟିମ ମ୍ୟାନେଜର କହିଛନ୍ତି। ଶ୍ରୀଲଙ୍କା ପୂର୍ବରୁ ବାହାରେ ଥିବା ଦୁଷ୍ମନ୍ଥା ଚାମିରାଙ୍କ ସ୍ଥାନରେ ଅସୀତା ଫର୍ନାଣ୍ଡୋଙ୍କୁ ଦଳରେ ସାମିଲ କରିଛନ୍ତି।
ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟ ସୋସିଆଲ ମିଡିଆରେ ନୁୱାନଙ୍କ ଆଘାତ ବିଷୟରେ ସୂଚନା ଦେଇଥିଲା। ଫିଲ୍ଡିଂ ଅଭ୍ୟାସ ସମୟରେ ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିବା କୁହାଯାଇଥିଲା। ଡାକ୍ତରୀ ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଛି।
ସୂଚନାଯୋଗ୍ୟ ଯେ, ଟି-୨୦ ପରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟ ଖେଳାଯିବ। ପ୍ରଥମେ ସେଠାରେ ଟି-୨୦ ସିରିଜ ହେବ, ଯାହା ଜୁଲାଇ ୨୭ରୁ ଆରମ୍ଭ ହେବ। ଟି-୨୦ ସିରିଜର ଶେଷ ମ୍ୟାଚ ଜୁଲାଇ ୩୦ରେ ଖେଳାଯିବ। ଟି-୨୦ ସିରିଜର ସମସ୍ତ ତିନୋଟି ମ୍ୟାଚ ପାଲିକେଲର ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ।