୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ଭାଜପା ନେତାଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର,୨୭।୮(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରକୁ ରବିବାର ଅପରାହ୍ନରେ ୫-ଟି ସଚିବ ଭି. କେ. ପାଣ୍ଡିଆନ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ସେ ଆସି ଲୋକଙ୍କ ଅଭିଯୋଗ ଶୁଣାଣି କରିବେ। ମାତ୍ର ସେ ଆସିବା ପୂର୍ବରୁ ଛତ୍ରପୁରର ୪ ଜଣ ଭାଜପା ନେତାଙ୍କୁ ପୋଲିସ ଉଠାଇ ନେଇଛି। ଏ ନେଇ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛତ୍ରପୁରସ୍ଥିତ ଭାଜପା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌କିବାତ୍‌ ନେତା ଓ କର୍ମୀ ଦେଖୁଥିଲା ବେଳେ ଛତ୍ରପୁର ଥାନା ପୋଲିସ ସେଠାରେ ପହଞ୍ଚିଥିଲା। ପରେ ୪ ଜଣ ଭାଜପା ନେତାଙ୍କୁ ଭ୍ୟାନ୍‌ରେ ନେଇ ଛତ୍ରପୁର ଥାନାରେ ଅଟକ ରଖିଛନ୍ତି।

Share