୫- ଟି ସଚିବଙ୍କ ଗସ୍ତ ପୂର୍ବରୁ ରାସ୍ତାରେ ଚାଲିଛି ତାଳିପକା

କୁଜଙ୍ଗ,୨୫।୬(ମନୋଜ ପ୍ରଧାନ)କୁଜଙ୍ଗର ଜୀବନ ରେଖା କୁହାଯାଉଥିବା ୬ କି.ମି. ବିଶିଷ୍ଟ କୁଜଙ୍ଗ-ଚଟୁଆ ରାସ୍ତା ୨୦୧୮ରୁ ଖାଲଖମାରେ ଭରି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଖଣି ଖାଦାନ ରାସ୍ତାଠାରୁ ଅଧିକ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏନେଇ ବାରମ୍ବାର ଅଭିଯୋଗ ଓ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ଆସନ୍ତା ୨୯ରେ ୫- ଟି ସଚିବଙ୍କ ଜଗତ୍‌ସିଂହପୁର ଗସ୍ତ ସ୍ଥିର ହେବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏବେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରେ ତାଳିପକା କାମ ଚାଲିଛି। ୫- ଟି ସଚିବଙ୍କ ପାଖରେ ନିଜର ଦୁର୍ବଳତା ଲୁଚାଇବା ପାଇଁ ବିଭାଗ ପକ୍ଷରୁ ଏପରି ଉଦ୍ୟମ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି ।
ସୂଚନାଯୋଗ୍ୟ, ଏହି ରାସ୍ତା ମରାମତି ନିମନ୍ତେ ୨୦୧୯ରେ ପ୍ରାୟ ୪୦ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଡକାଯାଇଥିଲା । ୨୦୨୦ ଡିସେମ୍ବର ୧ରେ କାମ ଆରମ୍ଭ ହୋଇ ଫେବୃୟାରୀ ଶେଷ ସୁଦ୍ଧା କାମ ଶେଷ କରିବାକୁ ସମ୍ପୃକ୍ତ ଠିକାଦାର ସହ ବିଭାଗ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା । ମାତ୍ର ନିର୍ଦ୍ଧାରିତ ସମୟରେ କାମ ହୋଇ ନ ଥିଲା । ପରବର୍ତ୍ତୀ ସମୟରେ କୋଭିଡ୍‌ ସଂକ୍ରମଣ ଓ ଲକ୍‌ଡାଉନ ଯୋଗୁ କାମ ହୋଇ ପାରି ନ ଥିବା ବିଭାଗ ପକ୍ଷରୁ ଦର୍ଶାଯାଇଥିଲା । ପୁନର୍ବାର ୨୦୨୧ ଜାନୁୟାରୀରେ ସମ୍ପୃକ୍ତ ଠିକାଦାର ମରାମତି କାମ ଆରମ୍ଭ କରିଥିଲେ । ହେଲେ ୧ କି.ମି ରାସ୍ତା ମରାମତି ହୋଇଛି କି ନାହିଁ କାମ ବନ୍ଦ ହୋଇଯାଇଥିଲା। ଏହି କାମ ନିମ୍ନମାନର ହେଉଥିବାରୁ ବନ୍ଦ କରାଯାଇଛି ବୋଲି ତତ୍କଳୀନ ଏସ୍‌ଡିଓ ସେତେବେଳେ କହିଥିଲେ। ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଚଉଡା ରାସ୍ତା କରାଯିବ ବୋଲି ସେ ସେତେବେଳେ ପ୍ରକାଶ କରିଥିଲେ। ଏହାପରେ ୨୦୨୨ରେ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିପାଇଁ ୪ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ରାସ୍ତା ସମ୍ପ୍ରସାରଣ କାମ ଚାଲୁ ରହିଛି । ଏନେଇ ରାସ୍ତାର ଉଭୟ ପାର୍ଶ୍ୱ ଖୋଳାଯାଇଥିବାରୁ ଲୋକେ ଯାତାୟାତ ସମୟରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏବେ ବର୍ଷା ଆରମ୍ଭ ହୋଇଯାଇଥିଲେ ମଧ୍ୟ ୫-ଟି ସଚିବଙ୍କ କୁଜଙ୍ଗ ଗସ୍ତକୁ ଦୃଷ୍ଟିରେ ରଖି ପିଚୁ କାମ ଜାରି ରହିଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବଦଳରେ ଏହି କାମ କେଉଁ ଯୋଜନାରେ ଚାଲିଛି ବୋଲି ସହକାରୀ ଯନ୍ତ୍ରୀ ସନ୍ତୋଷ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ରାସ୍ତା କାମ କରୁଥିବା ଠିକାଦାରଙ୍କୁ ମରାମତି କରିବା ପାଇଁ କୁହାଯାଇଛି। ଏଥିପାଇଁ କୌଣସି ସ୍ବତନ୍ତ୍ର ଅନୁଦାନ ହୋଇନାହିଁ। ଜନସାଧାରଣଙ୍କ ଦାବିକୁ ଆଖି ଆଗରେ ରଖି ମରାମତି କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image