ବିଶ୍ୱକପ୍‌ ପୂର୍ବରୁ ଖଲିସ୍ତାନୀ ଷଡଯନ୍ତ୍ର! ଧର୍ମଶାଳାର ସରକାରୀ କୋଠା କାନ୍ଥରେ ଲେଖାଯାଇଛି ବିବାଦୀୟ ସ୍ଲୋଗାନ

ଧର୍ମଶାଳା,୪।୧୦: ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି। ଏନେଇ ଜଣାପଡ଼ିବା ପରେ ପୋଲିସ ବିଭାଗ ସକ୍ରିୟ ହୋଇଉଠିଛି।

ଖଲିସ୍ତାନୀ ସମର୍ଥକମାନେ କାନ୍ଥରେ କଳା ସ୍ପ୍ରେ ପେଣ୍ଟ ସହ ସ୍ଲୋଗାନ ଲେଖିଛନ୍ତି। ଘଟଣା ନେଇ ସୂଚନା ପାଇବା ପରେ ପୋଲିସ ମାମଲା ରୁଜୁ କରିବା ସହ ସ୍ଲୋଗାନ୍‌କୁ ହଟାଇ ଦେଇଛି। ଏଥିସହ ଏନେଇ ମାମଲା ରୁଜୁ ହୋଇ ତଦନ୍ତ ଲାଗି ପୋଲିସ ଟିମ୍‌ ଗଠନ କରାଯାଇଛି। ଏହାଛଡ଼ା ଏକ ଭିଡିଓ ବାର୍ତ୍ତାରେ ବିଶ୍ୱକପ୍‌ ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି କରିବାକୁ କୁହାଯାଇଛି। ତଥାପି ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଏସ୍‌ପି ଶାଳିନୀ ଅଗ୍ନିହୋତ୍ରୀ ଗଣମାଧ୍ୟମକୁ କହିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସଫଳତାର ସହ ମ୍ୟାଚ୍‌ ଖେଳାଯିବ ବୋଲି ସେ ମଧ୍ୟ କହିଛନ୍ତି।

Share