Posted inଖେଳ

ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ

ନୂଆଦିଲ୍ଲୀ, ୪।୨: ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ ହେବା ପରେ ଶୁବମନ ଗିଲଙ୍କୁ ଅଲଟିମେଟମ ଦେଇଥିଲା ଟିମ୍ ମ୍ୟାନେଜମେଣ୍ଟ। ଭାରତୀୟ ଟେଷ୍ଟ ଟିମରେ ତିନି ନମ୍ବର ସ୍ଥାନ ବଞ୍ଚାଇ ରଖିବା ପାଇଁ ବିଶାଖାପାଟଣା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି ସଫା ସଫା କହି ଦିଆଯାଇଥିଲା।

ଏହା ବ୍ୟତୀତ ରାଜକୋଟ ଟେଷ୍ଟ ପୂର୍ବରୁ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ମଧ୍ୟରେ ସପ୍ତାହ ବ୍ୟାପି ଥିବା ସମୟରେ ତାଙ୍କୁ ଘରୋଇ କ୍ରିକେଟ ଖେଳି ନିଜର ଲୟ ଫେରିବାକୁ କୁହାଯାଇଥିଲା। ଯଦି ସେ ବିଶାଖାପାଟନମ୍‌ର ଦ୍ୱିତୀୟ ଇନିଂସରେ ମୂଲ୍ୟବାନ ଶତକ କରି ନ ଥାନ୍ତେ, ତେବେ ସେ ମୋହାଲିକୁ ଯାଇଥାନ୍ତେ, ଯେଉଁଠାରେ ପଞ୍ଜାବ ଫେବୃଆରୀ ୯ ରୁ ରଣଜୀ ଟ୍ରଫିରେ ଗୁଜରାଟ ସହିତ ମୁକାବିଲା କରିବ।

ଗିଲ୍ ମୋହାଲି ଯାଇ ଗୁଜରାଟ ବିପକ୍ଷରେ ରଣଜୀ ଟ୍ରଫି ଖେଳିବେ ବୋଲି ପରିବାର ଲୋକଙ୍କୁ ଜଣାଇଥିବା ସେମାନେ ଗଣମାଧ୍ୟମକୁ କହିଛନ୍ତି।

ଶୁବମନ ଗତ କିଛି ମ୍ୟାଚରେ ରନ୍‌ ମରୁଡ଼ିର ସମ୍ମୁଖୀନ ହେଉଥିଲେ। ଶେଷ ନଅ ଇନିଂସରେ ୧୫୩ ରନ୍ ସ୍କୋର କରିଥିଲେ , ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୩୬ ଥିଲା। ଯାହାପରେ ଟେଷ୍ଟ ଟିମରେ ତାଙ୍କର ତିନି ନମ୍ବର ସ୍ଥାନ ବିପଦରେ ପଡିଥିଲା। ନିକଟ ଅତୀତରେ ସେ ଉଭୟ ସ୍ପିନର ଏବଂ ପେସର ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହେଉଥିଲେ। ତେବେ ବିଶାଖାପାଟଣା ଟେଷ୍ଟରେ ସେ ନିଜର ତ୍ରୁଟିଗୁଡିକ ସଂଶୋଧିତ କରି ଶତକ ହାସଲ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପର୍ଥରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଡେଭ୍ୟୁ କଲେ ନୀତିଶ କୁମାର, ହର୍ଷିତ ରାଣା

ନୂଆଦିଲ୍ଲୀ,୨୨ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି (୨୨ ନଭେମ୍ବର) ଠାରୁ ପର୍ଥରେ ହୋଇଛି। ଭାରତୀୟ ଦଳର...

ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଦେଲେ ରୋହିତ ଶର୍ମା: ଏବେ….

ନୂଆଦିଲ୍ଳୀ,୨୧।୧: ନିକଟରେ ରୋହିତ ଶର୍ମା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ସେ ପତ୍ନୀ ରିତିକା ସଜଦେହଙ୍କ ସହ ସମୟ ବିତାଇବା ପାଇଁ ଅଷ୍ଟ୍ରେଲିଆ ବିପକ୍ଷ...

କେ ଏଲ୍‌ ରାହୁଲଙ୍କୁ ଓପନିଂ ପାଇଁ ପଠାଇବି ନାହିଁ…ପ୍ରଶ୍ନ ଉଠାଇଲେ ପୂଜାରା

ନୂଆଦିଲ୍ଲୀ,୨୧।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପର୍ଥରେ ଖେଳାଯିବ। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଅର୍ଡର...

ମୁମ୍ବାଇର ପ୍ରଥମ ମୁକାବିଲା ଖେଳିବେ ନାହିଁ ହାର୍ଦ୍ଦିକ, ସାମ୍ନାକୁ ଆସିଲା ବଡ଼ କାରଣ; ଜାଣନ୍ତୁ କିଏ ନେବ ନେତୃତ୍ୱ…

ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍‌ ୨୦୨୫ ଲାଗି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରିଟେନ୍‌ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ହେଲେ ସେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ। ଆପଣ ଭାବୁଥିବେ...

ଅଷ୍ଟ୍ରେଲିଆ ବଜାରରେ ବଢୁଛି ‘କୋହଲିଙ୍କ ବ୍ୟାଟ୍‌’ କ୍ରେଜ୍‌: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସିଡନୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪କୁ ନେଇ ଭାରତୀୟ ଏବଂ ଅଷ୍ଟ୍ରେଲିୟ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। କଙ୍ଗାରୁ ଦଳ ବିପକ୍ଷରେ ବିରାଟ କୋହଲିଙ୍କ ଭଲ ରେକର୍ଡ...

ଭାରତକୁ ପୁଣି ଝଟ୍‌କା: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଦଳରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ବୋଲର୍‌

ନୂଆଦିଲ୍ଲୀ,୨୧।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ଆରମ୍ଭ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା ପରେ ଝଟ୍‌କା ଲାଗୁଛି। ଗୋଟିଏ ପଟେ ଅଧିନାୟକ ରୋହିତ ଶର୍ମା ତାଙ୍କ ପରିବାର...

କୋହଲିଙ୍କ ପୋଷ୍ଟକୁ ନେଇ ହଇଚଇ, ଅନୁଷ୍କାଙ୍କ ସହ ଛାଡପତ୍ର ହେବା ନେଇ ଚର୍ଚ୍ଚା! ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୧।୧୧: ଭାରତୀୟ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ବର୍ଡର-ଗାଭାସ୍କର ଟ୍ରଫିକୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ...

କୋହଲିଙ୍କୁ ନେଇ ଏ କ’ଣ କହିଦେଲେ ବୁମ୍‌ରା, ଯାହାକୁ ନେଇ…

ନୂଆଦିଲ୍ଲୀ,୨୧।୧୧: ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍‌ରା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିବେ। ଏହି ସମୟରେ ଏକ ଖବରଦତା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri