Categories: ଜାତୀୟ

ନାଗରିକଙ୍କ ଜୀବନ ସରକାରଙ୍କ ପାଇଁ ମୂଲ୍ୟହୀନ

ନୂଆଦିଲ୍ଲୀ,୨୧।୪: ଭିକ ମାଗ, ଧାର କର କିମ୍ବା ଚୋରି କର। ଏହା ତୁମ କାମ। କିନ୍ତୁ ଅକ୍ସିଜେନ ଅଭାବ ଯୋଗୁ ଯେମିତି ନାଗରିକଙ୍କ ମୃତ୍ୟୁ ନ ହୁଏ। ବର୍ତ୍ତମାନ ପରିସ୍ଥିତ ସତ୍ତ୍ୱେ ସରକାରଙ୍କ ଚେତା ପଶୁ ନାହିଁ। ଏହା ଦର୍ଶାଉଛି ନାଗରିକଙ୍କ ଜୀବନ ସରକାରଙ୍କ ପାଇଁ ମୂଲ୍ୟହୀନ। ଏଭଳି କହି ଅକ୍ସିଜେନ ଅଭାବ ଯୋଗୁ ଦେଶରେ ଦେଖା ଦେଇଥିବା ପରିସ୍ଥିତି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ମ୍ୟାକ୍ସ ହସ୍ପିଟାଲର ଦୁଇଟି ବ୍ରାଞ୍ଚରେ ଅକ୍ସିଜେନ ଅଭାବ ଦେଖାଦେବାରୁ ମେଡିକାଲ ପକ୍ଷରୁ ଏକ ଯାଚିକା ଦାୟର କରାଯାଇଥିଲା।

ମେଡିକାଲକୁ ଯଥେଷ୍ଟ ପରିମାଣର ଅକ୍ସିଜେନ ଯୋଗାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏଣୁ ବଞ୍ଚିବାର ଅଧିକାରକୁ ସୁରକ୍ଷା ଦେବା ପାଇଁ ସରକାରଙ୍କୁ ଆମେ ନିର୍ଦ୍ଦେଶ ଦେଉଛୁ। ଯଦି ଦରକାର ପଡେ, କେନ୍ଦ୍ର ସରକାର ସମସ୍ତ ଇଣ୍ଡଷ୍ଟ୍ରିର ଅକ୍ସିଜେନକୁ ମେଡିକାଲରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି।

Share