Categories: ଜାତୀୟ

ପ୍ରେମ ପାଇଁ ଭାରତ ଆସିଥିବା ସୀମା ଯୋଗୀଙ୍କ ପାଖରେ କଲେ ନିବେଦନ, ପାକିସ୍ତାନ ଫେରିଲେ ମରିଯିବି…

ନୂଆଦିଲ୍ଲୀ,୯।୭: ପ୍ରେମ କ’ଣ ନ କରିପାରେ। ପ୍ରେମ ପାଇଁ ମାଇଲି ମାଇଲି ବାଟ ବି ଛୋଟ ଲାଗିଥାଏ। ପବଜିରେ ଆରମ୍ଭ ହୋଇଥିବା ପ୍ରେମ ପାଇଁ ପାକିସ୍ତାନୀ ମହିଳା ସୀମା ସାତ ଦରିଆ ଡେଇଁ ଚାଲିଆସିଛନ୍ତି ତାଙ୍କ ଭାରତୀୟ ପ୍ରେମୀଙ୍କ ପାଖକୁ। ବର୍ତ୍ତମାନ ସେ ତାଙ୍କୁ ଛାଡି ଯିବାକୁ ଚାହୁଁ ନାହାନ୍ତି। ଜେଲରୁ ମୁକୁଳିବା ପରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ପ୍ରେମିକ ସଚିନଙ୍କ ସହ ଭାରତରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସେ ଯଦି ପାକିସ୍ତାନ ଯାଆନ୍ତି ତେବେ ସେ ବଞ୍ଚି ପାରିବେ ନାହିଁ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ ତାଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଗୁଲାମ ତାଙ୍କୁ ନିର୍ଯାତନା ଦେଉଥିଲେ ଏବଂ ତାଙ୍କୁ ମାଡ ମାରୁଥିଲେ। ଏବେ ଭାରତରୁ ଫେରିଗଲେ ଗୁଲାମ ତାଙ୍କୁ ଜୀବନରୁ ମାରିଦେବ। ସେ ସଚିନଙ୍କ ଚାରି ସନ୍ତାନଙ୍କୁ ଗ୍ରହଣ କରିଛନ୍ତି, ତେଣୁ ବର୍ତ୍ତମାନ ତାଙ୍କୁ ଭାରତରେ ରହିବାକୁ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

Share