ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା: ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ

ପୁରୀ, ୨୦।୬(ଅଜିତ୍‌ ମହାନ୍ତି): ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରକୁ ବାହାରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହୋଇଥିବା ବେଳେ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଛି। ଏହାପରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ। ପ୍ରଥମେ ବଳଭଦ୍ରଙ୍କୁ ପହଣ୍ଡି କରି ରଥକୁ ନିଆଯାଉଛି। ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଶ୍ରୀଜିଉ। ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନଜରରେ ପୁରୀ ସହର ରହିଥିବାବେଳେ ସହରରେ ଟ୍ରାଫିକ ମୋବିଲିଟି ପ୍ଲାନ୍‌ କାର୍ଯ୍ୟକାରୀ ହୋଇଛି। ୧୭୦ ପ୍ଲାଟୁନ୍‌ ଫୋର୍ସ ସମେତ ସାଦା ପୋଷାକଧାରୀ ପୋଲିସ୍‌, ବୋମା ନିଷ୍କ୍ରିୟକାରୀ ଦଳ ଓ ସ୍ବତନ୍ତ୍ର ଟାକ୍ଟିକାଲ୍‌ ୟୁନିଟ ମୁତୟନ ରହିଛନ୍ତି।

Share