ଭାଗ୍ୟକୁ ପ୍ରଭାବିତ କରେ ଆପଣଙ୍କ ଆଚରଣ, ଏହି ୪ ବିଷୟ ପ୍ରତି ଧ୍ୟାନ ଦେଇ ଏହାକୁ ବଦଳାନ୍ତୁ…

ଆମର ଆଚରଣ ସହ ଗ୍ରହମାନଙ୍କର ସ୍ଥିତି ଜଡିତ ଥାଏ। ଗ୍ରହମାନଙ୍କ ଯୋଗୁ ଆମର ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ବେଳେବେଳେ ଆମର ଆଚରଣ ଆମ ଭାଗ୍ୟକୁ ସଂପୂର୍ଣ୍ଣ ରୂପେ ବଦଳାଇଥାଏ। ତେବେ ଆସନ୍ତୁ ଭାଗ୍ୟ କିପରି ଆଚରଣକୁ ପ୍ରଭାବିତ କରେ ତାହା ଜାଣିବା:

ବାଣୀ/ଉଚ୍ଚାରଣ – ବାଣୀର ସମ୍ପର୍କ ଆମ ପାରିବାରିକ ଜୀବନ ଏବଂ ଆର୍ଥିକ ସମୃଦ୍ଧି ସହିତ ଜଡିତ। ଖରାପ କଥା ଯୋଗୁ ଆମକୁ ଜୀବନରେ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ। ବକ୍ତବ୍ୟର ଖରାପ ପ୍ରଭାବ ଭାଗ୍ୟ ଉପରେ ପଡ଼ୁଥିବା ହେତୁ ଆକସ୍ମିକ ଦୁର୍ଘଟଣା କିମ୍ବା କିଛି ବଡ ରୋଗ ମଧ୍ୟ ହୋଇପାରେ। ଉଚ୍ଚାରଣକୁ ଭଲ ରଖିବା ପାଇଁ ସୂର୍ଯ୍ୟଙ୍କୁ ଜଳ ଦେବା ଲାଭଦାୟକ ଅଟେ। ଏହାଛଡ଼ା ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମଧ୍ୟ ଶୀଘ୍ର ଲାଭ ମିଳିଥାଏ।

ଆଚରଣ ଏବଂ କର୍ମ – ଆମର ଆଚରଣ ଏବଂ କର୍ମର ସମ୍ପର୍କ ଆମ ରୋଜଗାର ସହିତ ଜଡିତ। ଯଦି କର୍ମ ଏବଂ ଆଚରଣ ଶୁଦ୍ଧ ନୁହେଁ ତେବେ ଚାକିରିରେ ସମସ୍ୟା ଉପୁଜିଥାଏ। ବ୍ୟକ୍ତି ଜଣକ ସାରା ଜୀବନ ରୋଜଗାର ଆଶାରେ ବୁଲନ୍ତି ହେଲେ ସେ କଦାପି ସ୍ଥିର ହୋଇପାରନ୍ତି ନାହିଁ। ଆଚରଣରେ ଉନ୍ନତି ଆରମ୍ଭ ହେବା ସହିତ ରୋଜଗାରର ସମସ୍ୟା ଦୂର ହୋଇଯାଏ। ଆଚରଣର ଶୁଦ୍ଧତା ପାଇଁ ସକାଳ ଓ ସନ୍ଧ୍ୟାରେ ଧ୍ୟାନ କରନ୍ତ। ଏଥିସହ ଶିବଙ୍କୁ ପୂଜା କରନ୍ତୁ।

ଦାୟିତ୍ୱର ଅବହେଳା କରିବା- ଦାୟିତ୍ୱଗୁଡିକ ଆମ ଜୀବନର ପ୍ରତିବନ୍ଧକ ସହିତ ଜଡିତ। ଯେଉଁମାନେ ସେମାନଙ୍କର ଦାୟିତ୍ୱକୁ ସଠିକ ଭାବରେ ନିର୍ବାହ କରନ୍ତି ନାହିଁ, ସେମାନଙ୍କୁ ଜୀବନରେ ବଡ ବିପଦର ସମ୍ମୁଖୀନ ହେବାକୁ ପଡିଥାଏ। ମୋକଦ୍ଦମା ଏବଂ କରଜ ଭଳି ସମସ୍ୟା ପିଛା ଛାଡ଼ି ନ ଥାଏ। ଏଣୁ ଦାୟିତ୍ୱ ପୂରଣ କରିବାକୁ ଭୟ କର ନାହିଁ। ଏକାଦଶିରେ ଉପବାସ ରଖିବା ଦ୍ୱାରା ଏହି ଭାବନାକୁ ମଜଭୂତ ହୋଇଥାଏ। ଏହାଛଡ଼ା ଗଛରେ ପାଣି ଦେବା ମଧ୍ୟ ଲାଭଦାୟକ ଅଟେ।

ସାହାଯ୍ୟ ନ କରିବା – ଯଦି ସକ୍ଷମ ଥିବା ସତ୍ତ୍ୱେ ଅନ୍ୟକୁ ସାହାଯ୍ୟ କରନ୍ତି ନାହିଁ, ତେବେ ଆପଣଙ୍କୁ ଜୀବନରେ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡିବ। ବେଳେବେଳେ ଆପଣ ଜୀବନରେ ଏକୁଟିଆପଣର ଶିକାର ହୋଇପାରନ୍ତି। ଆପଣ ଯେତେ ଲୋକଙ୍କୁ ସାହାଯ୍ୟ କରିବେ, ସେତେ ଆପଣ ଈଶ୍ବରଙ୍କ କୃପା ଅନୁଭବ କରିବେ। ମନରୁ କେବେ ଦୁର୍ବଳ ହେବ ନାହିଁ। ଭଗବାନଙ୍କ ପାଇଁ ସଚ୍ଚୋଟ ଭାବରେ ଦିନସାରା କିଛି ସମୟ ବିତାନ୍ତୁ। ଏହା ଦୟାଳୁ ମନୋଭାବକୁ ବୃଦ୍ଧି କରିବ। ଫଳରେ ଭାଗ୍ୟ ଉଜ୍ଜ୍ୱଳ ହେବ।