ବେଜିଂ ଯିବା ମନା!

ବେଜିଂ,୯ ।୮: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ସେଠାକାର ସରକାର ବିଭିନ୍ନ ଅଞ୍ଚଳରେ ଲକ ଡାଉନ ଘୋଷଣା କରିଛନ୍ତି । ରାଜଧାନୀ ବେଜିଂର କିଛି ଅଞ୍ଚଳରେ ଏହା ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏବେ ସରକାର ସେଠାକୁ ଯା’ଆସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରିଛନ୍ତି । ସେଥିପାଇଁ ଯେଉଁ ଅଞ୍ଚଳରେ ମଧ୍ୟମ ବା ଅଧିକ ସଂକ୍ରମିତ ରୋଗୀ ଅଛନ୍ତି ସେ ଅଞ୍ଚଳକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ଟ୍ରେନ୍ ଟିକେଟ ଓ ଫ୍ଲାଇଟ୍ ଟିକେଟ ନ ମିଳିପାରେ । ଯେଉଁମାନେ ଗ୍ରୀନ୍ ସିଗନାଲ ମଧ୍ୟରେ ରହିଛନ୍ତି କେବଳ ସେହିମାନଙ୍କୁ ବେଜିଂ ଯିବାକୁ ଅନୁମତି ମିଳିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି । ସେଠାକାର ୧୫ ସହରରେ ଡେଲ୍ଟା ଭାରିଏଣ୍ଟର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଶହରେ ପହଞ୍ଚିଲାଣି ।

Share