Categories: ଜାତୀୟ

ହ୍ବାଟ୍ସଆପ ଗ୍ରୁପ୍‌ କିମ୍ବା ଟୁଲକିଟ୍‌ର ଏଡିଟର ହେବା ଅପରାଧ ନୁହେଁ – କୋର୍ଟ

ନୂଆଦିଲ୍ଲୀ,୨୩।୨: ଟୁଲକିଟ୍‌ ମାମଲାରେ ବେଙ୍ଗାଲୁରୁର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ବିଚାର କରି ଅତିରିକ୍ତ ସେସନ ଜଜ୍‌ ଧର୍ମେନ୍ଦ୍ର ରାଣା କହିଛନ୍ତି, ହ୍ବାଟ୍ସଆପ ଗ୍ରୁପ ତିଆରି କରିବା କିମ୍ବା ଟୁଲକିଟ୍‌ର ଏଡିଟର ହେବା ଦଣ୍ଡନୀୟ ଅପରାଧ ନୁହେଁ।

ଉଲ୍ଲେଖଯୋଗ୍ୟ, କୃଷକଙ୍କ ଆନ୍ଦୋଳନ ସମ୍ପର୍କିତ ଏକ ଟୁଲକିଟ୍‌ ତିଆରି ଓ ଶେୟାର କରିବା ଅଭିଯୋଗରେ ୨୨ ବର୍ଷୀୟା ଦିଶାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସାଇବର ସେଲ। ଖଲିସ୍ତାନୀ ସଂଗଠନ ସହାୟତାରେ ଏହି ଟୁଲକିଟ୍‌ ପ୍ରସ୍ତୁତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଥିଲା। ଉକ୍ତ ଟୁଲକିଟ୍‌କୁ ସ୍ବିଡେନର ଆକ୍ଟିଭିଷ୍ଟ ଗ୍ରେଟା ଥନବର୍ଗ ଓ ଅନ୍ୟମାନେ ଟୁଇଟରରେ ଶେୟାର କରିଥିଲେ।

Share