ବିବାହିତ ସତ୍ତ୍ୱେ ଏହି ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ ଶାହାରୁଖ୍‌

କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବିବାହିତ ଥିଲେ। ବର୍ତ୍ତମାନ ତାଙ୍କର ୩ ସନ୍ତାନ ରହିଛନ୍ତି। ହେଲେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ, ଅନ୍ୟ ଅଭିନେତାଙ୍କ ପରି ଶାହାରୁଖ୍‌ ମଧ୍ୟ ଜଣେ ଅଭିନେତ୍ରୀଙ୍କୁ ହୃଦୟ ଦେଇ ବସିଥିଲେ। ସେ ହେଉଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଫିଲ୍ମ ‘ଡନ୍‌’ର ଶୁଟିଂ ସମୟରେ ଶାହାରୁଖ୍‌ ପ୍ରିୟଙ୍କାଙ୍କ ମଧ୍ୟରେ ନିକଟତର ବଢ଼ିଥିଲା। ଏହା ପରେ ଶାହାରୁଖ୍‌ ତାଙ୍କୁ ଭଲପାଇ ବସିଲେ। ଫିଲ୍ମର ଶୁଟିଂ ଶେଷ ହେବାପରେ ମଧ୍ୟ ଶାହାରୁଖ୍‌ ପ୍ରିୟଙ୍କାଙ୍କ ସହ ଅଧିକାଂଶ ସମୟ ବିତାଇବାକୁ ଲାଗିଲେ। ଉଭୟଙ୍କ ସମ୍ପର୍କକୁ ନେଇ ଯେତେବେଳେ ଚର୍ଚ୍ଚା ଜୋର୍‌ ଧରିଲା ଶାହାରୁଖ୍‌ଙ୍କ ସ୍ତ୍ରୀ ଗୌରୀ ସବୁକିଛି ଜାଣିପାରିଲେ। ଏହା ପରେ ସ୍ବାମୀଙ୍କ ଉପରେ ଭିଷଣ ଜୋର୍‌ରେ ରାଗିଯାଇଥିଲେ। ଏହାକୁ ନେଇ ଶାହାରୁଖ୍‌ ଏବଂ ଗୌରୀଙ୍କ ମଧ୍ୟରେ ବିବାଦ ଲାଗି ରହିଲା। ପ୍ରିୟଙ୍କାଙ୍କଠାରୁ ଦୂରେଇ ରହିବାକୁ ଶାହାରୁଖ୍‌ଙ୍କୁ ସିଧାସଳଖ କହିଦେଲେ ଗୌରୀ। ନ ହେଲେ ପରିଣାମ ଭଲ ହେବ ନାହିଁ ବୋଲି କହିଲେ। ଏହା ପରେ ଶାହାରୁଖ୍‌ ପ୍ରିୟଙ୍କାଙ୍କ ଠାରୁ ଦୂରେଇ ଯାଇଥିଲେ। ଶାହାରୁଖ୍‌-ପ୍ରିୟଙ୍କାଙ୍କୁ ଆଜିପର୍ଯ୍ୟନ୍ତ କୌଣସି ସିନେମାରେ ଏକାଠି ଦେଖିବାକୁ ମିଳିନାହିଁ। ତେବେ ଉଭୟ ନିଜ ସମ୍ପର୍କ ବିଷୟରେ କେବେହେଲେ ମୁହଁ ଖୋଲି ନାହାନ୍ତି। ସେମାନେ ବନ୍ଧୁ ବୋଲି କହିଆସିଛନ୍ତି।

Share