ବେଲାରୁସର ଏକ ଛତ୍ରବାଦୀ ଶାସକ ୨୦ ହଜାର ଶରଣାର୍ଥୀଙ୍କୁ ୟରୋପ ପଠାଇବାକୁ କରୁଛନ୍ତି ଚେଷ୍ଟା

ମିଂସ୍କା,୧୩ ।୧୧: ବେଲାରୁସ ଓ ପୋଲାଣ୍ଡ ସୀମାରେ ଏବେ ହଜାର ହଜାର ଶରଣାର୍ଥୀ ଏବଂ ପ୍ରବାସୀ ତଥା ସଶସ୍ତ୍ର ସେନା ମୁହାଁମୁହିଁ ହୋଇଛନ୍ତି । ବେଲାରୁସର ଏହି ପ୍ରବାସୀମାନେ ପୋଲାଣ୍ଡ ଦେଇ ୟୁରୋପୀୟ ୟୁନିୟନରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ବିପଥଗାମୀ ହୋଇଥିବା ବେଳେ କେତେକ ସୀମାର କଣ୍ଟାବାଡ ଡେଉଁଥିବା ଦେଖାଯାଇଛି । ସେମାନଙ୍କୁ ପୋଲାଣ୍ଡ ସେନା ଅଟକାଇବାକୁ ଚେଷ୍ଟା କରୁଛି । ଏହାକୁ ଦେଖି ରୁଷିଆ ପରମାଣୁ ଆକ୍ରମଣରେ ସକ୍ଷମ ଯୁଦ୍ଧ ବିମାନ ପଠାଇବା ସହ ସୀମା ନିକଟରେ ପାରାଚୁଟ୍ ଓହ୍ଲାଇ ବେଲାରୁସ ସେନାଙ୍କ ସହ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଅନ୍ୟପଟେ ପୋଲାଣ୍ଡକୁ ସାହାଯ୍ୟ କରିବାକୁ ୟୁରୋପୀୟ ସଂଘ ଓ ବ୍ରିଟେନ ସେନା ପଠାଇଛି ।

Share