ପଞ୍ଜିକୃତ ହୋଇଥିବା କରୋନା ଟିକାକୁ ରୁଷ ସର୍ବପ୍ରଥମେ ଏହି ଦେଶକୁ ଦେବ

ମସ୍କୋ,୨୫।୮: କରୋନା ଭାଇରସ୍‌ ଟିକା ପଞ୍ଜିକରଣ କରିବାରେ ରୁଷ ହେଉଛି ବିଶ୍ୱର ପ୍ରଥମ ଦେଶ। ରୁଷ ବର୍ତ୍ତମାନ ସର୍ବପ୍ରଥମେ ବେଲାରୁଷକୁ ନିଜର ଟିକା ସ୍ପୁଟନିକ୍‌-ଭି ଯୋଗାଇଦେବ ବୋଲି ସୂଚନା ମିଳିଛି। ତେବେ ରୁଷର ଟିକା ଗ୍ରହଣ କରିବାରେ ବେଲାରୁଷ ପ୍ରଥମ ଦେଶ ହେବ। ରିପୋର୍ଟ ଅନୁସାରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଲୁକାଶେନକୋଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଭାକ୍ସିନ ପଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଦୁଇ ଦେଶର ନେତା ଫୋନରେ କଥା ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତ ମାସରେ ବେଲାରୁଷରେ ନିର୍ବାଚନ ହୋଇଥିଲା। ଏହାର ଫଳାଫଳ ଆସିବା ପରେ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାରଙ୍କୁ ମହାମାରୀ କରୋନା ନେଇ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ବର୍ତ୍ତମାନ ବେଲାରୁଷରେ ୭୦ହଜାରରୁ ଉର୍ଦ୍ଧ୍ୱ କରୋନା ମାମଲା ଚିହ୍ନଟ ହୋଇଛନ୍ତି।

Share