ହିରୋସିମା ଏବଂ ନାଗାସାକି ଉପରେ ପକାଯାଇଥିବା ବୋମା ଅପେକ୍ଷା ଶକ୍ତିଶାଳୀ ବୋମା ଆମ ପାଖରେ ଅଛି: ବେଲାଋଷର ରାଷ୍ଟ୍ରପତି

ମିନସ୍କ,୧୫।୬: ଋଷର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାର ବର୍ତ୍ତମାନ ବେଲାଋଷରେ ପହଞ୍ଚିଛି। ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ଏନେଇ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମକୁ କ୍ଷେପଣାସ୍ତ୍ର ଏବଂ ବୋମା ମିଳିଛି। ୧୯୪୫ମସିହାରେ ହିରୋସିମା ଏବଂ ନାଗାସାକି ଉପରେ ପକାଯାଇଥିବା ବୋମା ଅପେକ୍ଷା ଏହି ବୋମା ୩ଗୁଣ ଅଧିକ ବିପଜ୍ଜନକ । ୧୯୯୧ ପରଠାରୁ ପ୍ରଥମ ଥର ପାଇଁ ଋଷ ବିଦେଶ ମାଟିରେ ଆଣବିକ ଅସ୍ତ୍ର ନିୟୋଜନ କରିଛି।

ଲୁକାଶେଙ୍କୋ କହିଛନ୍ତି, ୨୦୨୦ରୁ ପଶ୍ଚିମ ଦେଶ ଆମକୁ ଆକ୍ରମଣ କରିବାକୁ ଚାହୁଁଥିଲେ। ଏବେ ତାହା ପରିବତ୍ତନ ହେବ। ଆବଶ୍ୟକତା ପଡିଲେ ଆମେ ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଦ୍ୱିଧା କରିବୁ ନାହିଁ। ଏହାକୁ ବ୍ୟବହାର କରିବା ପାଇଁ ପୁଟିନଙ୍କ ଅନୁମୋଦନ ଆବଶ୍ୟକ।

Share