ଇସ୍ତଫା ଦେଇପାରନ୍ତି ବେଲାରୁସ ରାଷ୍ଟ୍ରପତି

ମିନ୍ସକ,୨୯ ।୧୧: ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲାକାଶୋକେ ନିକଟରେ ତାଙ୍କ ପଦ ଛାଡି ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ସେ ଗତ ୨୬ ବର୍ଷ ହେବ ବେଲାରୁଷର ଶାସନ ଭାର ସମ୍ଭାଳିଛନ୍ତି । ସେ ୟୁରୋପର ଶେଷ ଶାସକ ବୋଲି କୁହାଯାଏ । ଅଗଷ୍ଟ ୯ରେ ହୋଇଥିବା ନିର୍ବାଚନରେ ଲୁକାଶୋକେ ବିବାଦୀୟ ବିଜୟଲାଭ କରିଥିଲେ । ଯାହା ଫଳରେ ସେବେଠାରୁ ସେଠାକାର ଜନତା ରାଜରାସ୍ତାକୁ ଓହ୍ଲାଇଥିଲେ । ପ୍ରାୟତଃ ପ୍ରତିଦିନ ରାଜଧାନୀ ମିନ୍ସକ ସହିତ ବିଭିନ୍ନ ସହରରେ ତାଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ବିବିସିର ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଜାରି କରାଯାଇଥିବା ଏକ ବୟାନ ଅନୁଯାୟୀ, ୬୬ ବର୍ଷୀୟ ଲୁକାଶୋକେ କହିଛନ୍ତି ରାଷ୍ଟ୍ରପତି ପଦର ଭୂମିକାକୁ ଦୁର୍ବଳ କରିବାକୁ ଦେଶର ସମ୍ବିଧାନରେ ସୁଧାର ଆଣିବା ଜରୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ନୁହେଁ । କାରଣ ନୂଆ ବ୍ୟବସ୍ଥା ଅନୁଯାୟୀ ସେ ରାଷ୍ଟ୍ରପତି ପଦରେ ନ ରହି ପାରନ୍ତି । ତେବେ ସେ କେବେ ରାଷ୍ଟ୍ରପତି ପଦ ଛାଡୁଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି ।

Share