ପୁଟିନଙ୍କୁ ଭେଟିବା ପରେ ବେଲାରୁଷ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି: ବିଷ ଦିଆଯାଇଥିବା ଆଶଙ୍କା…

ମସ୍କୋ,୨୯।୫ : ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କୁ ଗୁରୁତର ଅବସ୍ଥାରେ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ଲୁକାଶେଙ୍କୋ ମସ୍କୋରେ ପହଞ୍ଚିଥିଲେ କିନ୍ତୁ ପୁଟିନଙ୍କ ସହିତ ସାକ୍ଷାତ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବେଲାରୁଷର ବିରୋଧୀ ଦଳର ନେତା ଭାଲେରୀ ସେପକାଲୋ କହିଛନ୍ତି ଅସୁସ୍ଥତା ପରେ ଲୁକାଶେଙ୍କୋଙ୍କୁ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଲୁକାଶେଙ୍କୋ ଏବଂ ପୁଟିନଙ୍କ ମଧ୍ୟରେ ଏକ ବନ୍ଦ ଦ୍ୱାର ବାର୍ତ୍ତାଳାପ ହୋଇଥିଲା, ଯାହା ପରେ ଲୁକାଶେଙ୍କୋଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେପକାଲୋ କହିଛନ୍ତି ରୁଷିଆର ବରିଷ୍ଠ ଡାକ୍ତରମାନେ ଲୁକାଶେଙ୍କୋଙ୍କ ଚିକିତ୍ସା କରୁଛନ୍ତି କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଲୁକାଶେଙ୍କୋଙ୍କ ରକ୍ତ ସଫା କରିବାର ପ୍ରକ୍ରିୟା ଚାଲିଛି। ସାଧାରଣତଃ ଜହର ଶରୀରରେ ପହଞ୍ଚିବା ପରେ ରକ୍ତ ସଫା କରିବାର ପ୍ରକ୍ରିୟା କରାଯାଇଥାଏ। ଏହି କାରଣରୁ ଲୁକାଶେଙ୍କୋଙ୍କୁ ଜହର ଦେବା ବିଷୟରେ ଆଶଙ୍କା ପ୍ରକାଶ ପାଇଛି। ଏନେଇ ଆଲୋଚନା ହେଉଛି। ଯଦିଓ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ ।

ବେଲାରୁଷର ରାଷ୍ଟ୍ରପତି ଲୁକାଶେଙ୍କୋ ପୁଟିନଙ୍କ ଅତି ନିକଟତର ବୋଲି ବିବେଚନା କରାଯାଏ। ଏହାପୂର୍ବରୁ ଲୁକାଶେଙ୍କୋ ରୁଷିଆର ବିଜୟ ଦିବସ ପରେଡରେ ମଧ୍ୟ ଭାଗ ନେଇଥିଲେ। ଯଦିଓ ପ୍ୟାରେଡ ଶେଷ ହେବା ମାତ୍ରେ ସେ ନିଜ ଦେଶକୁ ଫେରି ଯାଇଥିଲେ। ଦୀର୍ଘ ଦିନ ଧରି ଲୁକାଶେଙ୍କୋଙ୍କ ସ୍ବାସ୍ଥ୍ୟ ମଧ୍ୟ ଖରାପ ଚାଲିଛି। ଯଦିଓ ଲୁକାଶେଙ୍କୋ ଦାବି କରିଛନ୍ତି ସବୁ ଠିକ ଅଛି ଏବଂ ସେ ଶୀଘ୍ର ସୁସ୍ଥ ହୋଇଯିବେ।

ରବିବାର ରୁଷିଆର ଏକ ମିଡିଆ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଲୁକାଶେଙ୍କୋ କହିଛନ୍ତି ୟୁନିଅନ ଷ୍ଟେଟ ବେଲାରୁଷ ଏବଂ ରୁଷିଆ ସହିତ ସହଯୋଗୀଥିବା ଦେଶମାନଙ୍କୁ ଆଣବିକ ଅସ୍ତ୍ର ଦିଆଯିବ। ଏହାପୂର୍ବରୁ ଲୁକାଶେଙ୍କୋ ଦାବି କରିଥିଲେ ରୁଷିଆରୁ ତାଙ୍କ ନିକଟକୁ କିଛି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଆଣବିକ ଅସ୍ତ୍ର ହସ୍ତାନ୍ତର ଆରମ୍ଭ ହୋଇଛି। ଏ ବାବଦରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ୍‌ ଆକ୍ରମଣରେ ଗଲାଣି ୧୭୬ ସାମ୍ବାଦିକଙ୍କ ଜୀବନ

ଗାଜା ସିଟି,୨୮ା୧୦:ଗାଜାର ଏକ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର...

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି

କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ...

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri