ପୋଲାଣ୍ଡର ଦାବିକୁ ପ୍ରତ୍ୟାଖାନ କଲା ବେଲାଋଷ, କହିଲା ସେନାକୁ ପ୍ରଶିକ୍ଷଣ ପାଇଁ ଆସିଛନ୍ତି ଓ୍ବାଗନର୍‌ ଗ୍ରୁପ୍‌

ମିନସ୍କି,୨।୮: ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ପୋଲାଣ୍ଡର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ୱାଗନର୍‌ ଗ୍ରୁପ ବେଲାଋଷର ସେନାକୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ରେଷ୍ଟ ଏବଂ ଗ୍ରୋଡନୋରେ ଅଛନ୍ତି।

ସୂଚନାଯୋଗ୍ୟ, ପୋଲାଣ୍ଡ ରାଷ୍ଟ୍ରପତି ଦାବି କରିଥିଲେ କି ଓ୍ବାଗନର୍‌ ଗ୍ରୁପର ପ୍ରାୟ ୧୦୦ସୈନିକ ପୋଲାଣ୍ଡ ଏବଂ ଲିଥୁଆ ସୀମାରେ ପହଞ୍ଚିଛନ୍ତି। ତେବେ ଏହି କଥାକୁ ଖଣ୍ଡନ କରିଛନ୍ତି ବେଲାଋଷର ରାଷ୍ଟ୍ରପତି। ସାମରିକ ଆଣବିକ କ୍ଷେପଣାସ୍ତ୍ର ନିୟୋଜନ ପାଇଁ ବେଲାଋଷ ଏବଂ ଋଷ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଯେଉଁଥିପାଇଁ ଓ୍ବାଗନର ବେଲାଋଷ ସେନାକୁ ପ୍ରଶିକ୍ଷଣ ଦେବା ପାଇଁ ଆସିଛନ୍ତି।

Share