ତୃତୀୟ ବିଶ୍ୱଯୁଦ୍ଧର ଚେତାବନୀ ଦେଲା ବେଲାରୁଷ

ମିନ୍ସକ,୨୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହୋଇଛି । ଏହାରି ଭିତରେ ରୁଷିଆର ଆକ୍ରମଣ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନ ବି ଏହାର ସାମ୍ନା କରି ଚାଲିଛି । ଇତିମଧ୍ୟରେ ବେଲାରୁଷର ଜଣେ ପ୍ରମୁଖ ନେତା କହିଛନ୍ତି ୟକ୍ରେନରେ ପଶ୍ଚିମ ଶାନ୍ତି ରକ୍ଷକ ବଳ ମୁତୟନ ସମ୍ବନ୍ଧରେ ପୋଲାଣ୍ଡର ପ୍ରସ୍ତାବ ତୃତୀୟ ବିଶ୍ୱଯୁଦ୍ଧକୁ ଇସାରା କରୁଛି । ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଂକୋ ଗତ ସପ୍ତାହରେ ପୋଲାଣ୍ଡରେ ହୋଇଥିବା ଶାନ୍ତି ମିଶନ କଥା ଉଠାଇବା ସହ ଗୁରୁବାର କହିଛନ୍ତି, ଏହାର ଅର୍ଥ ହେଉଛି ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ଯାଉଛି । ସେ କହିଛନ୍ତି ପରିସ୍ଥିତି ଅତ୍ୟନ୍ତ ଜଟିଳ ଓ ଚିନ୍ତାଜନକ ରହିଛି । ସୂଚନାଯୋଗ୍ୟ, ବେଲାରୁଷ ରୁଷିଆର ସହଯୋଗୀ ଓ ୟୁକ୍ରେନ୍ ଉପରେ ଆକ୍ରମଣ କରିବାକୁ ସେ ତା’ର ଅଞ୍ଚଳକୁ ବ୍ୟବହାର କରିବାକୁ ରୁଷିଆକୁ ଅନୁମତି ଦେଇଛି ।

Share