Categories: ଖେଳ

୫-୦ ଗୋଲରେ ଦକ୍ଷିଣ କୋରିଆକୂ ହରାଇଲା ବେଲଜିୟମ୍‌…

ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଦକ୍ଷିଣ କୋରିଆ ଏବଂ ବେଲଜିୟମ୍‌ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବେଲଜିୟମ୍‌ ୫-୦ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଉଭୟ ପକ୍ଷ କୌଣସି ଗୋଲ କରି ନ ଥିଲେ। ତୃତୀୟ କ୍ୱାଟରରେ ଆଲେକ୍ସଜାଣ୍ଡାର ହେଣ୍ଡରିକ୍ସ ଗୋଲ ଦେଇ ବେଲଜିୟମ୍‌କୁ ୧-୦ରେ ଅଗ୍ରଣୀ କରାଇଥିଲେ।

ଏହାପରେ ଆଣ୍ଟୋଇନା କିନା ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ ରଖିଥିଲେ। ଚତୁର୍ଥ କ୍ୱାଟରରେ ଭାନ୍‌ ଆଉବେଲ ଏବଂ ରେଡ ଲାୟନ ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ୪-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଆରଥୁର ଡେ ସ୍ଲୋଭର ଶେଷ ଗୋଲ ଦେଇଥିଲେ। ଫଳରେ ବେଲଜିୟମ ୫-୦ରେ ସହଜରେ ପ୍ରତିପକ୍ଷ ଦକ୍ଷିଣ କୋରିଆକୂ ଧରାଶାୟୀ କରିଥିଲା।

Share