ବ୍ରହ୍ମପୁର ଅଫିସ,୧୯ ।୬: ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ନୂତନ କମିଶନର ଭାବେ ଜେ.ସୋନାଲ ଶନିବାର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏମସିର ବିଭିନ୍ନ ଅଧିକାରୀଙ୍କ ପକ୍ଷରୁ ନୂତନ କମିଶନରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ବିଏମସି ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡି, ଅତିରିକ୍ତ କମିଶନର ଆଶୁତୋଷ ସାମଲଙ୍କ ସମେତ ବିଏମସିର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବତନ କମିଶନର ଶ୍ରୀ ବୋନ୍ଦାରଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ କାର୍ଯ୍ୟକଳାପକୁ ବିଏମସି ଅଧିକାରୀ ଓ କର୍ମଚାରୀମାନେ ପ୍ରଶଂସା କରିଥିଲେ। ସୂଚନା ଥାଉ କି, ଶ୍ରୀ ବୋନ୍ଦାର ୨୦୨୦ ମସିହା ସେପ୍ଟମ୍ବର ୯ ତାରିଖରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଭଦ୍ରକ ଜିଲାପାଳ ଭାବେ ବଦଳି ହୋଇଛନ୍ତି।