Categories: ଖେଳ

ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ସିକ୍ସର କିଙ୍ଗ୍‌ ପାଲଟିଲେ ଷ୍ଟୋକ୍ସ

ନୂଆଦିଲ୍ଲୀ,୧୮।୨: ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଇଂଲଣ୍ଡର କୋଚ୍‌ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମଙ୍କ ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକାର ରେକର୍ଡ ଭାଙ୍ଗିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ଷ୍ଟୋକ୍ସ ୯୦ ମ୍ୟାଚ୍‌ରେ ୧୦୯ ଛକା ମାରି ମ୍ୟାକ୍‌କୁଲମଙ୍କ ୧୦୧ ମ୍ୟାଚ୍‌ରେ ୧୦୭ ଛକାର ରେକର୍ଡକୁ କାଟିଛନ୍ତି।

ଟେଷ୍ଟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ:
ବେନ ଷ୍ଟୋକ୍ସ – ୧୦୮ ଛକା
ବ୍ରେଣ୍ଡନ ମ୍ୟାକକୁଲମ – ୧୦୭ ଛକା
ଆଦାମ ଗିଲକ୍ରିଷ୍ଟ – ୧୦୦ ଛକା
କ୍ରିସ ଗେଲ – ୯୮ ଛକା
ଜ୍ୟାକ କଲିସ୍‌ – ୯୭ ଛକା

Share