Categories: ଖେଳ

ସନ୍ନ୍ୟାସ ନିଷ୍ପତ୍ତି ପରିବର୍ତ୍ତନ କରି ଦିନିକିଆ ବିଶ୍ୱକପ୍‌ରେ ଖେଳିବେ ଷ୍ଟୋକ୍ସ? କୋଚ୍‌ ଦେଲେ ବଡ ବୟାନ

ନୂଆଦିଲ୍ଲୀ,୧୫।୧୧: ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ ଫାଇନାଲରେ ଇଂଲଣ୍ଡର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବେନ୍‌ ଷ୍ଟୋକ୍ସ। ଏବେ ସେ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ଖେଳିବା ନେଇ ଆଶା ପ୍ରକଟ କରିଛନ୍ତି କୋଚ୍‌ ମାଥ୍ୟୁ ମୋଟ୍‌।

ତେବେ ଇଂଲଣ୍ଡର ଟେଷ୍ଟ ଅଧିନାୟକ ଷ୍ଟୋକ୍ସ ଚଳିତ ବର୍ଷ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେଇଥିଲେ। ତିନୋଟି ଫର୍ମାଟରେ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ କହିଥିଲେ। ଏବେ କୋଚ୍‌ ମାଥ୍ୟୁ ଷ୍ଟୋକ୍ସ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବେ ବୋଲି ଦଳ ଆଶା କରୁଥିବା କହିଛନ୍ତି।

ଏକ ସାକ୍ଷାତକାରରେ ମାଥ୍ୟୁ କହିଛନ୍ତି, ଯେତେବେଳେ ସେ ମୋତେ ଦିନିକିଆ କ୍ରିକେଟରୁ ଅବସର ନେବା କଥା କହିଥିଲେ, ସେତେବେଳେ ସବୁ ନିଷ୍ପତ୍ତିରେ ତାଙ୍କ ସହ ଅଛି ବୋଲି କହିଥିଲେ। ହେଲେ ଅବସର ନେବା ଆବଶ୍ୟକ ନାହିଁ। ସେ ଯେତେବେଳେ ଚାହିଁବେ ଖେଳିପାରିବେ ବୋଲି ମଧ୍ୟ ମୁଁ କହିଛି। ଆସନ୍ତା ବର୍ଷ ବିଶ୍ୱକପ୍‌ ଅଛି। ଆମକୁ ଅଧିକ ଟି୨୦ ଖେଳିବାର ନାହିଁ। ହେଲେ ଏହି ନିଷ୍ପତ୍ତି ତାଙ୍କ ଉପରେ। ସେ ଟେଷ୍ଟ ଅଧିନାୟକ ଭାବେ ବହୁତ ଭଲ କାମ କରୁଛନ୍ତି। ହେଲେ ସୀମିତ ଓଭର କ୍ରିକେଟରେ ସେ ଆମ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତାଙ୍କର ତିନୋଟି ଫର୍ମାଟରେ ପାରଦର୍ଶିତା ଅଛି। ସେ ନିଜେ ମ୍ୟାଚ୍‌ ଜିତାଇ ପାରିବେ ବୋଲି କୋଚ୍‌ କହିଛନ୍ତି।

Share