Categories: ଖେଳ

ଟେଷ୍ଟରେ ଷ୍ଟୋକ୍ସଙ୍କ ମହାରେକର୍ଡ, ଏବେ କୋଚ୍‌ଙ୍କୁ ଟପି ଶ୍ରେଷ୍ଠ ହେବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦଳକୁ ଫେରିବା ପରେ ଜବରଦସ୍ତ ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ସିରିଜରେ ସେ ନିଜ ନାମରେ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ସେ ଟେଷ୍ଟ କ୍ରିକେଟରେ ଛକା ମାରିବାରେ ଶତକ ପୂରଣ କରିଛନ୍ତି। ଏପରି କରିବାରେ ସେ ବିଶ୍ୱର ତୃତୀୟ କ୍ରିକେଟର ପାଲଟିଛନ୍ତି। ତାଙ୍କ ପୂର୍ବରୁ ବ୍ରେଣ୍ଡନ୍‌ ମ୍ୟାକକୁଲମ ଏବଂ ଆଡାମ ଗିଲକ୍ରିଷ୍ଟ ଟେଷ୍ଟ କ୍ରିକେଟରେ ୧୦୦ ଅଥବା ତା’ଠାରୁ ଅଧିକ ଛକା ମାରିଛନ୍ତି।

ଷ୍ଟୋକ୍ସ ତାଙ୍କର ୮୨ତମ ଟେଷ୍ଟ ମ୍ୟାଚ୍‌ରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଏଣୁ ତାଙ୍କ ପାଖରେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିଥିବା ଖେଳାଳି ହେବାକୁ ସମୟ ଅଛି। ଏଥିଲାଗି ତାଙ୍କୁ ଆଉ ୮ ଛକା ମାରିବାକୁ ହେବ। ଏପରି କଲେ ସେ ନିଜ ଦଳର କୋଚ୍‌ ମ୍ୟାକ୍‌କୁଲମଙ୍କୁ ପଛରେ ପକାଇବେ।

Share