Categories: ଖେଳ

ଚେନ୍ନାଇ ପାଇଁ ଖୁସି ଖବର: ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦଳକୁ ଫେରିପାରନ୍ତି ବେନ ଷ୍ଟୋକ୍ସ

ଚେନ୍ନାଇ,୨୧।୪: ଚାରିଥର ଚମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍‌କେ) ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଏମ୍‌ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଖେଳିବ। ସିଏସେ୍‌କେ ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୫ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତିଛି ଏବଂ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୬ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ସମୟରେ ବେନ ଷ୍ଟୋକ୍ସଙ୍କ ଫିଟନେସକୁ ନେଇ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦଳ ପାଇଁ ଏକ ଖୁସି ଖବର ଆସିଛି। ତେବେ ଅଧିନାୟକ ଫେରିଲେ ଦଳକୁ ହାଇଦ୍ରବାଦ ବିପକ୍ଷରେ ଅତିରିକ୍ତ ବଳ ମିଳିବ।

ଏହି ଆଇପିଏଲ ସିଜନରେ ବେନ ଷ୍ଟୋକ୍ସ ଦଳ ପାଇଁ ପ୍ରଥମ ୨ଟି ମ୍ୟାଚ ଖେଳିବାରେ ସକ୍ଷମ ହୋଇଥିଲେ। ଏହା ପରେ ଗୋଡରେ ଆଘାତ ଲାଗିଥିବାରୁ ସେ ୩ଟି ମ୍ୟାଚରେ ଖେଳି ନ ଥିଲେ। ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପୂର୍ବରୁ ବେନ ଷ୍ଟୋକ୍ସଙ୍କ ବିଷୟରେ ଯାହା ଖବର ଆସିଛି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ଏହି ସିଜନ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସରୁ କାଇଲ ଜେମିସନ ଏବଂ ମୁକେଶ ଚୌଧୁରୀ ଆହତ କାରଣରୁ ସମଗ୍ର ସିଜନରୁ ବାଦ ପଡିଥିଲେ। ଏଥି ସହିତ ଦୀପକ ଚାହର ଏବଂ ସିସନ୍ଦା ମଗାଲା ମଧ୍ୟ ଆହତ କାରଣରୁ ୫ଟି ମ୍ୟାଚରୁ ବାଦ ପଡିଛନ୍ତି।

Share