ଆକର୍ଷଣୀୟ ଚେହେରା ପାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି କି ସାମାନ୍ୟ ଆଲୋଭେରାର ବ୍ୟବହାର ମଧ୍ୟ ତ୍ୱଚାକୁ ଉଜ୍ଜ୍ୱଳତା ପ୍ରଦାନ କରିବାରେ ବେଶ୍ ସହାୟକ ହୋଇଥାଏ।
ଅନେକ ସମୟରେ ଦେଖାଯାଏ, ଚିନ୍ତାଗ୍ରସ୍ତ ଯୋଗୁ ହେଉ କିମ୍ବା କାମର ବୋଝ ଅବା ବୟସାଧିକ ହେତୁ ମୁହଁର ଚମକ୍ କମିବା ସହ ମୁହଁରେ ଛୋଟ ଛୋଟ ଦାଗ ଦେଖାଯାଇଥାଏ। ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ଆଲୋଭେରାରେ କିଛି ଲେମ୍ବୁରସ ମିଶାଇ ତ୍ୱଚାରେ ଲଗାଇଲେ ସୁଫଳ ମିଳିଥାଏ।
ସେହିପରି ଯଦି ତ୍ୱଚାରେ ସନ୍ ବର୍ନ ହୋଇଥାଏ, ତା’ହେଲେ ପ୍ରଭାବିତ ସ୍ଥାନରେ ଦିନକୁ ଦୁଇଥର ଆଲୋଭେରା ଘଷିଲେ ଏହି ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ।
ସେହିପରି ତ୍ୱଚା ଶୁସ୍କ ଦେଖାଦେଲେ କିମ୍ବା ତ୍ୱଚା କୁଣ୍ଡାଇ ହେଉଥିଲେ, ସେହି ସ୍ଥାନରେ ଆଲୋଭେରା ଘଷିଲେ ଏ ସମସ୍ୟା ଶୀଘ୍ର ଠିକ୍ ହୋଇଯାଏ ବୋଲି ବିଶ୍ୱାସ ରହିଛି।
ଗୋଡ଼ଫଟା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆଲୋଭେରା ଜେଲ୍କୁ ପେଟ୍ରୋଲିୟମ୍ ଜେଲ୍ ସହ ମିଶାଇ ଲଗାଇଲେ ସୁଫଳ ମିଳିଥାଏ।
ତା’ଛଡ଼ା ଆଲୋଭେରାକୁ ସେଭିଂ କ୍ରିମ୍ ବା ଜେଲ୍ ଭାବେ ମଧ୍ୟ ବ୍ୟବହାର କଲେ ଏହା ତ୍ୱଚାକୁ କୋମଳତା ପ୍ରଦାନ କରିଥାଏ।