ଗାଜରରେ କାରୋଟିନ୍ ନାମକ ଏକ ଉପାଦାନ ଥିବାରୁ ଏହା ଆମ ଆଖି ପାଇଁ ବେଶ୍ ଉପଯୋଗୀ। ଏହା ସୂର୍ଯ୍ୟକିରଣଠାରୁ ଆଖିକୁ ରକ୍ଷା କରିବା ସହ ଆଖିରେ କାଟାରାକ୍ଟ ହେବାର ଆଶଙ୍କା ଅନେକାଂଶରେ ଦୂର କରିଥାଏ।
ଏଥିରେ ଭିଟାମିନ୍ ‘ସି’ ଭରିରହିଛି॥ ଏହା ଶରୀରରେ ଆଣ୍ଟିବଡ଼ି ଗଠନ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ନିୟମିତ ଗାଜର ଖାଇଲେ ଏଥିରେ ଥିବା ଆଣ୍ଟି ଅକ୍ସିଡ଼ାଣ୍ଟ ତତ୍ତ୍ୱ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଏଥିପାଇଁ ଡାଇବେଟିସ୍, କ୍ୟାନ୍ସର ଆଦି ଆଶଙ୍କାରୁ କେତେକାଂଶରେ ରକ୍ଷା କରିଥାଏ।
ଦୈନନ୍ଦିନ ଖାଦ୍ୟ ତାଲିକାରେ ଗାଜରକୁ ସାମିଲ କରନ୍ତୁ। ଏହାଦ୍ୱାରା ରକ୍ତରେ ଶର୍କରାର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ।
ପ୍ରତିଦିନ ଖାଇଲେ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେବାର ଆଶଙ୍କା ମଧ୍ୟ ଅନେକାଂଶରେ କମ୍ ଥାଏ।
ପୋଟାସିୟମ୍ ଓ କ୍ୟାଲ୍ସିୟମ୍ର ମାତ୍ରା ଏଥିରେ ରହିଛି। ଏପରି ତତ୍ତ୍ୱ ଅସ୍ଥି ମଜ୍ଜା ଓ ଅସ୍ଥିକୁ ମଜଭୁତ ରଖିଥାଏ।
ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅନେକାଂଶରେ ସାହାଯ୍ୟ କରିଥାଏ।
ଏଥିରେ ଥିବା ଫାଇବର ତତ୍ତ୍ୱ ଶରୀରର ଓଜନକୁ ସନ୍ତୁଳିତ ରଖିଥାଏ।
କଞ୍ଚା ଗାଜର ଖାଇବା ଦ୍ୱାରା ଦାନ୍ତ ଶକ୍ତ ହୋଇଥାଏ।
ଏହା ଚର୍ମକୁ ସତେଜ ରଖିବା ସହ କେଶ ଝଡ଼ିବାକୁ ଦେଇ ନଥାଏ।
ଗାଜର ଜୁସ୍ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ।
ଗାଜରକୁ କଞ୍ଚା ଖାଇବା ସହ ଏହାକୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ।