ଉପକାରୀ କାମଧେନୁ ଗାଈ ମୂର୍ତ୍ତି

ହିନ୍ଦୁ ଧର୍ମରେ କାମଧେନୁ ନାମକ ଗାଈକୁ ବେଶ୍‌ ପବିତ୍ର ବୋଲି କୁହାଯାଏ; ଯାହାକୁ ସମଦ୍ରମନ୍ଥନରୁ ପ୍ରାପ୍ତ କରାଯାଇଥିଲା। ଏହି ଗାଈ ଯାହା ପାଖରେ ରହୁଥିଲା ତାଙ୍କର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଯାଉଥିଲା। ବାସ୍ତୁଶାସ୍ତ୍ରରେ ବି ଏହି ଗାଈର ମୂର୍ତ୍ତିକୁ ଖୁବ୍‌ ଶୁଭ ବୋଲି କୁହାଯାଉଛି। ତେବେ ଏହି ଗାଈର ମୂର୍ତ୍ତିକୁ ଘରର କେଉଁ ସ୍ଥାନରେ ରଖିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ସବୁବେଳେ ଏମିତି କାମଧେନୁ ଗାଈର ମୂର୍ତ୍ତି ରଖିବା ଦରକାର, ଯାହା ସହିତ ବାଛୁରୀ ବି ରହୁଥିବ। ଏହି ବାଛୁରୀକୁ ନନ୍ଦିନୀ ବୋଲି କୁହାଯାଇଥାଏ। ଏହି ମୂର୍ତ୍ତିକୁ ଘରେ ରଖି ପୂଜା କଲେ ଅନେକ ଲାଭ ମିଳିଥାଏ। ଯେମିତିକି: ସୁଖ-ଶାନ୍ତି ବଢେ, ଜୀବନରୁ ସମସ୍ୟା ଦୂର ହୁଏ, ରୋଗବ୍ୟାଧିରୁ ମୁକ୍ତି ମିଳେ, ସନ୍ତାନ ସୁଖ ବି ମିଳିଥାଏ ବୋଲି ବିଶ୍ୱାସ ରହିଛି।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଐଶାନ୍ୟ କୋଣରେ କାମଧେନୁ ଗାଈ ସହିତ ବାଛୁରୀର ମୂର୍ତ୍ତି ରଖିବା ଖୁବ୍‌ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ପୂଜାଘରେ ବି କାମଧେନୁ ଗାଈର ମୂର୍ତ୍ତି ରଖିବା ଶୁଭ ହୋଇଥାଏ। ଘରର ପ୍ରବେଶ ଦ୍ୱାର ନିକଟରେ ବି କାମଧେନୁ ଗାଈଙ୍କ ମୂର୍ତ୍ତି ରଖିଲେ ଜୀବନରେ ପ୍ରଗତି ଆସିଥାଏ ବୋଲି ମାନ୍ୟତା ରହିଛି।
ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିଲେ, ଘର ହେଉ ଅବା ଅଫିସ୍‌ କିମ୍ବା ଦୋକାନର ଦକ୍ଷିଣ-ପଶ୍ଚିମ ଦିଗରେ କାମଧେନୁ ଗାଈର ମୂର୍ତ୍ତି ରଖି ନିୟମିତ ପୂଜା କଲେ ସୁଫଳ ମଳିଥାଏ।
ତମ୍ବା ହେଉ ଅବା ରୂପା କିମ୍ବା ପିତ୍ତଳରେ ତିଆରି କାମଧେନୁ ଗାଈଙ୍କର ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ଘରୋଇ ଉପାୟ…

ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ...

ଘରେ ଝାଡ଼ୁକୁ ରଖୁଛନ୍ତି କି ଏମିତି ତେବେ ନିହାତି ଜାଣନ୍ତୁ…

ଝାଡ଼ୁ ଦ୍ବାରା ଘରକୁ କେବଳ ସଫା କରାଯାଏନି, ଐଶ୍ୱର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହା ବେଶ୍‌ ସହାୟକ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର...

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri