ଖଜୁରି ଶରୀର ପାଇଁ ବେଶ୍ ଲାଭଦାୟକ। ଏଥିରେ ଫାଇବର, କ୍ୟାଲ୍ସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ବ୍ୟତୀତ ଅନ୍ୟାନ୍ୟ ଉପକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା । ତେବେ ଏହାର ଓଷଧୀୟ ଗୁଣ ସମ୍ପର୍କରେ ଟିପ୍ସ…
ବ୍ରେକ୍ଫାଷ୍ଟରେ ଖଜୁରିକୁ ଆମେ ବ୍ୟବହାର କରିପାରିବା। ଏହାକୁ ଖାଇବା ଦ୍ୱାରା ପାଚନ କ୍ରିୟା ଆହୁରି ସକ୍ରିୟ ହୋଇଥାଏ।
ଏହା ସ୍ନାୟୁକୋଷ ଓ ମସ୍ତିଷ୍କ କୋଷକୁ ପୋଷକ ତତ୍ତ୍ୱ ଯୋଗାଏ।
ଖଜୁରି ଖାଇବା ଦ୍ୱାରା ଏହା ଗ୍ୟାଷ୍ଟ୍ରିକ୍ ଓ କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିଥାଏ।
ଏହାକୁ ଖାଇଲେ ଏସିଡିଟି ସନ୍ତୁଳିତ ଅବସ୍ଥାରେ ରହିଥାଏ।
ଅସ୍ଥିଗୁଡ଼ିକୁ ଶକ୍ତ କରିବା ସହ ଓଜନ କମାଇବାରେ ଅନେକାଂଶରେ ସହାୟକ ହୋଇଥାଏ ଖଜୁରି।
ଗର୍ଭବତୀଙ୍କ ପାଇଁ ଏହା ମଧ୍ୟ ବେଶ୍ ଉପକାରୀ।