* ପାଣି: ସକାଳୁ ଉଠିବା ମାତ୍ରେ ଖାଲି ପେଟରେ କିଛି ପାଣି ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ କାମ କରିବାକୁ ଫୂର୍ତ୍ତି ଲାଗେ ଏବଂ ତ୍ୱଚାରେ ଚମକ୍ ଆସିଥାଏ।
* ମହୁ ଓ ଲେମ୍ବୁ ପାଣି: ପ୍ରତିଦିନ ସକାଳେ ପାଣିରେ ୨/୩ ଚାମଚ ମହୁ ସହ ଏକ ଚାମଚ ଲେମ୍ବୁରସ ମିଶାଇ ପିଇଲେ ଶରୀରର ଓଜନ କମେ। ମହୁରେ ଥିବା ଆଣ୍ଟି-ଏଜିଙ୍ଗ୍ ପୋଷକ ତତ୍ତ୍ୱ ତ୍ୱଚାକୁ ମଇଶ୍ଚରାଇଜ୍ କରେ। ଲେମ୍ବୁରେ ଭିଟାମିନ୍-ସି ଥିବା ଯୋଗୁ ଏହା ଶରୀରର କୋଷିକା ତଥା ତ୍ୱଚାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
* ଫ୍ରୁଟ୍ ଜୁସ୍: ଫଳରେ ବିଭିନ୍ନ ପ୍ରକାରର ଭିଟାମିନ୍ସ ତଥା ପୋଷକ ତତ୍ତ୍ୱ ଭରି ରହିଥାଏ। ତେଣୁ ସକାଳେ ଫ୍ରୁଟ୍ ଜୁସ୍ ପିଇବା ଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହେବା ସହ ମୁଖବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।
*ଗ୍ରୀନ୍ ଟି: ସକାଳେ ଚା’ ପିଇବାର ଅଭ୍ୟାସ ଥିଲେ, କ୍ଷୀର ଚା’ ପରିବର୍ତ୍ତେ ଗ୍ରୀନ୍ ଟି କିମ୍ବା ଲେମନ୍ ଟି ପିଇଲେ ତ୍ୱଚାରେ ପ୍ରାକୃତିକ ଉପାୟରେ ଗ୍ଲୋ ଆସିଥାଏ।
*ହଳଦୀ ମିଶା କ୍ଷୀର: ଏହା ଶରୀରରେ ଆଣ୍ଟିବାୟୋଟିକ୍ ରୂପେ କାମ କରିଥାଏ। ନିୟମିତ ସକାଳେ ଉଷୁମ କ୍ଷୀର ହେଉ ଅବା ଉଷୁମ ପାଣିରେ କିଛି ହଳଦୀ ମିଶାଇ ପିଇଲେ ତ୍ୱଚା ସୁସ୍ଥ ରହିଥାଏ।