ଉପକାରୀ ଅଙ୍ଗୁର

ଅଙ୍ଗୁର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଭିଟାମିନ୍‌ ‘କେ’, ‘ଏ’, ‘ସି’ ଏବଂ ‘ବି-୬’ ଭରି ରହିଛି। ଏହାବ୍ୟତୀତ ଏଥିରେ ମିନେରାଲ, ପୋଟାସିୟମ, କ୍ୟାଲସିୟମ, ସୋଡିୟମ, ମ୍ୟାଗ୍ନେସିୟମ, ଫସ୍‌ଫରସ ଆଦି ମଧ୍ୟ ରହିଛି। ଆଜ୍‌ମା ରୋଗୀଙ୍କ ପାଇଁ ଅଙ୍ଗୁର ବେଶ୍‌ ଉପକାରୀ। ଅନ୍ୟପକ୍ଷରେ ନିୟମିତ ଅଙ୍ଗୁର ଖାଇଲେ ହୃଦ୍‌ରୋଗ ଆଶଙ୍କା କେତେକାଂଶରେ ଦୂର କରିଥାଏ। ଯଦି ଆପଣଙ୍କର ମାଇଗ୍ରେନ୍‌ ସମସ୍ୟା ରହିଛି, ତେବେ ଅଙ୍ଗୁର ଜୁସ୍‌ (ପାଣି ନ ମିଶାଇ) ପିଇପାରନ୍ତି। ଏହାମଧ୍ୟ କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ। ବେଳେବେଳେ ଆମେ ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହୋଇଥାଉ। ଏହାକୁ ଦୂର କରିବାରେ ଅଙ୍ଗୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିୟମିତ ଅଙ୍ଗୁର ଖାଇଲେ ତାହା ଦାନ୍ତକୁ ଦୃଢ଼ କରିବା ସହ ଦାନ୍ତଜନିତ ସମସ୍ୟା ଦୂର କରେ। ଆମ ଶରୀରରେ ୟୁରିକ ଏସିଡ ପରି ତତ୍ତ୍ୱକୁ ନଷ୍ଟ କରିବାରେ ଏହା ସହାୟକ ହେବା ସହ କିଡ୍‌ନୀର କାର୍ଯ୍ୟଦକ୍ଷତାକୁ ଆହୁରି ଦୃଢ଼ କରିଥାଏ। ଅଙ୍ଗୁରରେ ପିଟ୍ରୋଷ୍ଟିଲବେନ୍‌ ନାମକ ଉପକାରୀ ତତ୍ତ୍ୱ ରହିଛି, ଯାହା ରକ୍ତରେ କୋଲେଷ୍ଟରଲ ସ୍ତରକୁ ସନ୍ତୁଳିତ ରଖିଥାଏ। ଖାସ୍‌ କଥା ହେଲା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ କରିଥାଏ ଅଙ୍ଗୁର।