ଗ୍ରୀନ ମଟର ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏଥିରେ ପ୍ରୋଟିନ୍, ଆଇରନ୍, ଫସ୍ଫରସ୍, ଭିଟାମିନ୍-ଏ, ଭିଟାମିନ୍-କେ, ଭିଟାମିନ୍-ସି ଭରି ରହିଛି। ଏହା ମେଦ ବହୁଳତାକୁ କମାଇବାରେ ସାହାଯ୍ୟ କରିଥାଏ ବୋଲି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେରୁ ଜାଣିପାରିଛନ୍ତି। ଏଥିରେ କ୍ୟାଲୋରୀ ପରିମାଣ ମଧ୍ୟ କମ୍ ରହିଛି। ରକ୍ତରେ ସୁଗାର ସ୍ତରକୁ ମଧ୍ୟ ଏହା ସନ୍ତୁଳିତ ରଖେ। ଏଥିରେ ଯେହେତୁ ଆଇରନ୍ ଓ ଫାଇବର୍ ରହିଛି ତେଣୁ ତାହା ପାଚନକ୍ରିୟାକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ। ଏଥିରେ ମଧ୍ୟ ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ରହିଛି ଯାହା ଶରୀର ପାଇଁ ବେଶ୍ ଉପକାରୀ। ଗ୍ରୀନ୍ ମଟରରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ ରଖିଥାଏ।