ଲେମ୍ବୁ ହେଉ ଅବା ଏଥିରୁ ପ୍ରସ୍ତୁତ ସର୍ବତ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଆପଣଙ୍କ ଶରୀରରେ ଚର୍ବି ବଢ଼ିଯାଇଛି କି? ଯଦି ହଁ, ତେବେ ସରଳ ଉପାୟରେ ଏହାକୁ କମାଇ ପାରିବେ। ଏକ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ଏବଂ ସେଥିରେ ଦୁଇ ଚାମଚ ମହୁ ମିଶାଇ ପିଇଲେ ଚର୍ବି କମିଯାଇଥାଏ। ନିୟମିତ ଲେମ୍ବୁ ପାଣି ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏପରି ଅଭ୍ୟାସ ଦ୍ୱାରା ଉଚ୍ଚ ରକ୍ତଚାପ, କ୍ଳାନ୍ତି, ମୁଣ୍ଡ ବୁଲାଇବା ଭଳି ସମସ୍ୟାରୁ ଅନେକାଂଶରେ ଉପଶମ ମିଳିଥାଏ। ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଏବଂ ଭିଟାମିନ୍ ‘ସି’ ଭରି ରହିଛି। ଏହା ଅସ୍ଥିକୁ ମଜଭୁତ କରିଥାଏ। ସବୁଠାରୁ ଖାସ୍ କଥା ହେଲା ଖରାଦିନେ ଲେମ୍ବୁ ପାଣି ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ଶୋଷ ମେଣ୍ଟାଇବା ସହ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିଥାଏ।