ଗୁଣକାରୀ ଡାଳିମ୍ବ ଜୁସ୍‌

ଡାଳିମ୍ବ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ଭରି ରହିଥିବା ଯୋଗୁ ଏହା ବିଭିନ୍ନ ରୋଗରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। ବିଶେଷକରି ଖରାଦିନେ ଯଦି ପ୍ରତିଦିନ ଏକ ଗ୍ଲାସ୍‌ ଡାଳିମ୍ବ ଜୁସ୍‌ ପିଆଯାଏ, ତା’ହେଲେ ସ୍ବାସ୍ଥ୍ୟ ଭଲ ରହିବା ସହ ତ୍ୱଚାରେ ବି ବେଶ୍‌ ଚମକ ଦେଖିବାକୁ ମିଳିଥାଏ। ଡାଳିମ୍ବ ଜୁସ୍‌ ପିଇଲେ ଗ୍ୟାସ୍‌ ଯୋଗୁ ଛାତିରେ ହେଉଥିବା ଜ୍ୱଳନରୁ ଅନେକାଂଶରେ ମୁକ୍ତି ମିଳିଥାଏ। ହୃଦ୍‌ ସମ୍ବନ୍ଧୀୟ ରୋଗରୁ ବି ଉପଶମ ମିଳେ। ସେହିପରି ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ଭୋକ ହୁଏନାହିଁ। ଯଦ୍ଦ୍ବାରା ଆମେ ଅତ୍ୟଧିକ ଖାଇବାର ଅଭ୍ୟାସରୁ ବଞ୍ଚତ୍ୟାଉ। ଯାହାକି ଆମକୁ ଶରୀରର ଓଜନ କମାଇବାରେ ସାହାଯ୍ୟ କରିଥାଏ। ଅନ୍ୟପକ୍ଷେ ପ୍ରତିଦିନ ଡାଳିମ୍ବ ଜୁସ୍‌ ପିଇବା ଦ୍ୱାରା କ୍ୟାନସର୍‌ ହେବାର ଆଶଙ୍କା ଅପେକ୍ଷାକୃତ କମ୍‌ ରହିଥାଏ ବୋଲି ବିଶ୍ୱାସ କରାଯାଏ। ଯେହେତୁ ଡାଳିମ୍ବରେ ଭିଟାମିନ୍‌ ସି’ର କିଛି ମାତ୍ରା ରହିଥାଏ, ତେଣୁ ଏହାର ଜୁସ୍‌ ପିଇବା ଦ୍ୱାରା ତ୍ୱଚାରେ ଥିବା ଡାର୍କ ସ୍ପଟ୍‌ କମିଥାଏ। ସନ୍‌ ବର୍ନରୁ ବି ଏହା ରକ୍ଷା କରି ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ସବୁଠୁ ବଡ଼ କଥା ହେଲା ନିୟମିତ ଡାଳିମ୍ବ ଜୁସ୍‌ ପିଇଲେ ଶରୀରରେ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଇ ଶାରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିରେ ଜନ୍ମିତ ଯୁବତୀ ଜୀବନସାଥୀଙ୍କ ପାଇଁ ବହୁତ ଲକି; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

ବଳକା ତେଲ ସ୍ବାସ୍ଥ୍ୟ ପାଇଁ କେତେ ଭଲ

ଚଟପଟା ଖାଦ୍ୟ ସଭିଙ୍କୁ ବେଶ୍‌ ପସନ୍ଦ। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଆଗ୍ରହରେ ଖାଇ ଥାଆନ୍ତି। ଏପଟେ ଭାରତୀୟ ଖାଦ୍ୟରେ ତେଲର ଭୂମିକା ମଧ୍ୟ ଯଥେଷ୍ଟ...

ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି? ଜାଣନ୍ତୁ କ’ଣ …

ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି ? ଘରେ ସବୁ ବେଳେ ଦେଖାଯାଉଛି କି ଅଭାବ ତେବେ ନିଶ୍ଚୟ ଜାଣନ୍ତୁ ଏ ବିଷୟରେ। ଆର୍ଥିକ...

ଖାଲି ପେଟରେ ଏମିତି ଖାଆନ୍ତୁ ଭୃଶଙ୍ଗ ପତ୍ର:୫ ରୋଗରୁ ମିଳିବ ମୁକ୍ତି

ଅଧିକାଂଶ ଲୋକ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ଭୃଶଙ୍ଗ ପତ୍ର ବ୍ୟବହାର କରନ୍ତି। କିନ୍ତୁ ଆୟୁର୍ବେଦିକ ଦୃଷ୍ଟିକୋଣରୁ ଏହାର ଅନେକ ସ୍ବାସ୍ଥ୍ୟ ଲାଭ ଅଛି। ଏହାକୁ...

ମହିଳାଙ୍କ ଅନେକ ସମସ୍ୟାର ସମାଧାନ କରେ ଗୁଡ଼ ପାଣି

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ଏବଂ ସୋଡିୟମ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

କାର୍ଯ୍ୟଦକ୍ଷତା ବୃଦ୍ଧି କରେ ମନ ପସନ୍ଦର ସଙ୍ଗୀତ

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ସଙ୍ଗୀତ ଶୁଣନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି...

ଆଣ୍ଠୁଗଣ୍ଠି ସମସ୍ୟାରୁ ଉପଶମ ଦିଏ ଅଙ୍ଗୁର

ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି କହିଲେ ଭୁଲ ହେବ ନାହିଁ। ବିଶେଷଭାବରେ ବୟସ ବଢ଼ିଲେ ଏହି ସମସ୍ୟା ଦେଖାଦେଇଥାଏ। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image